ମୁମ୍ବାଇ: ଫେମସ ଅଭିନେତ୍ରୀ ସୁସ୍ମିତା ସେନ ଏବେ ଡିଜିଟାଲ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି । ସେ ବହୁ ଚର୍ଚ୍ଚିତ ୱେବ ସିରିଜ ‘ଆର୍ଯ୍ୟା’ରେ ନଜର ଆସିବେ । ଯାହାର ଦମଦାର ଟ୍ରେଲର ଶୁକ୍ରବାର ରିଲିଜ ହୋଇଯାଇଛି । ସେ ପ୍ରାୟ 5 ବର୍ଷ ପରେ ପୁଣିଥରେ ଅଭିନୟ ଦୁନିଆକୁ ଫେରିଛନ୍ତି । ସେ ଶେଷଥର 2015ରେ ଆସିଥିବା ବଙ୍ଗୀୟ ଫିଲ୍ମ ‘ନିର୍ବାକ’ରେ ନଜର ଆସିଥିଲେ । ଖୁବଶୀଘ୍ର ତାଙ୍କ ଡେବ୍ୟୁ ସିରିଜ ‘ଆର୍ଯ୍ୟ’ ହଟଷ୍ଟାରରେ ରିଲିଜ ହେବାକୁ ଯାଉଛି । ଯେଉଁଥିରେ ସେ ସାହସୀ ମା' ଏବଂ ପତ୍ନୀ ଭୂମିକା ଅଭିନୟ କରୁଛନ୍ତି ।
‘ଆର୍ଯ୍ୟ’ ଡଚ ଡ୍ରାମା ସିରିଜ ପୋନେଜକୁ ଉପରେ ଆଧାରିତ । ରିଲିଜ ହୋଇଥିବା ଟ୍ରେଲରରୁ ଲାଗୁଛି ଯେ ଏହା ଏକ ସାହସୀ ମହିଳାର ପାୱରଫୁଲ କାହାଣୀ । ସିରିଜରେ ସୁସ୍ମିତାଙ୍କ ସ୍ବାମୀ ଭୂମିକାରେ ଅଭିନେତା ଚନ୍ଦ୍ରଚୁର ସିଂ ନଜର ଆସିବେ ।