ମୁମ୍ବାଇ: ଆଜି ପୁରା ବିଶ୍ବରେ ପ୍ରେମୀ ଯୁଗଳ ପ୍ରେମ ଦିବସ ତଥା ଭାଲେଣ୍ଟାଇନ ଡେ ପାଳନ କରୁଥିବାର ନଜର ଆସୁଛନ୍ତି। ଏହି ଦିନକୁ ଖାସ୍ କରିବା ପାଇଁ ପ୍ରେମିକ, ପ୍ରେମିକା ପରସ୍ପରଙ୍କ ସମୟ ବିତାଇବା ସହ ଅନେକ ଉପହାର, ଗୋଲାପ ଫୁଲ ଓ ଚକଲେଟ ଦେଇ ନିଜ ପ୍ରେମ ପ୍ରକାଶ କରୁଛନ୍ତି। ଏଥିରୁ ବାଦ ପଡିନାହାଁନ୍ତି ବି-ଟାଉନ ସେଲିବ୍ରିଟି। ଏହି କ୍ରମରେ ସର୍ବପ୍ରଥମେ ନାଁ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ।
ସୁସ୍ମିତା 15 ବର୍ଷ ସାନ ବୟଫ୍ରେଣ୍ଡ ତଥା ମଡେଲ ରୋହମନ ସେଲ ଓ ଦୁଇ ଝିଅଙ୍କ ସହ ଭାଲେଣ୍ଟାଇନ ସେଲିବ୍ରେଟ କରିଛନ୍ତି। ନିଜ ଇନଷ୍ଟାଗ୍ରାମରେ ସେ କିଛି ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଭାଲେଣ୍ଟାଇନ ଡେ ଶୁଭେଚ୍ଛା ଜଣାଇଛନ୍ତି । ବର୍ତ୍ତମାନ ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।