ମୁମ୍ବାଇ: ରିଲିଜ ହେଲା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା'ର ଟ୍ରେଲର । ଫିଲ୍ମର ଟ୍ରେଲରକୁ ବହୁତ ଭଲ ପ୍ରତିକ୍ରିୟା ମିଳୁଛି । ସୁଶାନ୍ତଙ୍କ ପ୍ରଶଂସକମାନଙ୍କ ସମେତ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏହି ଫିଲ୍ମର ଟ୍ରେଲରକୁ ବହୁତ ପସନ୍ଦ କରୁଛନ୍ତି । ତେବେ 'ଦିଲ ବେଚାରା'ର ଟ୍ରେଲକୁ ପ୍ରଶଂସା କରିବାରେ ବାଦ ପଡି ନାହାଁନ୍ତି ଅଭିନେତ୍ରୀ ସୁସ୍ମିତା ସେନ୍ ଏବଂ ମାଧୁରୀ ଦୀକ୍ଷିତ ।
ସୋସିଆଲ ମିଡିଆରେ ‘ଦିଲ ବେଚେରା’ଫିଲ୍ମର ଏକ ପୋଷ୍ଟର ସେୟାର କରି ସୁସ୍ମିତା ଲେଖିଛନ୍ତି, 'ବ୍ୟକ୍ତିଗତ ଭାବେ ମୁଁ ସୁଶାନ୍ତଙ୍କୁ ଜାଣେ ନାହିଁ ... କେବଳ ତାଙ୍କ ଫିଲ୍ମ ଏବଂ କିଛି ଇଣ୍ଟରଭ୍ୟୁ ମାଧ୍ୟମରେ ମୁଁ ତାଙ୍କୁ ଜାଣିଛି । ସେ ଅନ-ସ୍କ୍ରିନ ଏବଂ ଅଫ-ସ୍କ୍ରିନ ବହୁତ ବୁଦ୍ଧିମାନ ସହିତ ତାଙ୍କର ବହୁତ ଭଲ ବ୍ୟକ୍ତିତ୍ବ ଥିଲା । ସୁଶାନ୍ତଙ୍କ ପ୍ରତି ତାଙ୍କ ପ୍ରଶଂସକମାନଙ୍କର ଏତେ ସାରା ଭଲପାଇବା ଦେଖି, ବର୍ତ୍ତମାନ ମତେ ଲାଗୁଛି ମୁଁ ତାଙ୍କୁ ବହୁତ ଭଲ ଭାବରେ ଜାଣିଛି । ମୁଁ ତାଙ୍କ ସହିତ କାମ କରିବାର ସୁଯୋଗ ପାଇଥିଲେ ଧନ୍ୟ ହୋଇଥାନ୍ତି । ଯାହାଦ୍ୱାରା ଆମେ ପରସ୍ପର ସହିତ ୟୁନିଭର୍ସର ରହସ୍ୟ ସେୟାର କରିବାର ସୁଯୋଗ ପାଇପାରିଥାନ୍ତୁ ।'
ମତେ ‘ଦିଲ ବେଚେରା’ଟ୍ରେଲର ବହୁତ ଭଲ ଲାଗିଛି । ଫିଲ୍ମର ଟିମକୁ ‘ଅଲ ଦ ବେଷ୍ଟ’ । ସୁଶାନ୍ତଙ୍କ ପ୍ରଶଂସକମାନଙ୍କୁ ଏବଂ ତାଙ୍କ ପରିବାରକୁ ଭଲପାଇବା । ସୁଶାନ୍ତଙ୍କୁ ବହୁତ ସାରା ଭଲପାଇବା ।