ଓଡିଶା

odisha

ETV Bharat / sitara

ରିଆ ଗିରଫ ପରେ ଖୁସି ଜାହିର କଲେ ଶ୍ବେତା, ଡିଜିପି କହିଲେ ‘ବିହାରର ବିଜୟ’ - ରିଆ ଚକ୍ରବର୍ତ୍ତୀଙ୍କୁ ଗିରଫ କଲା ଏନସିବି

ଏବେ ସୋସିଆଲ ମିଡିଆରେ ଖୁସି ପ୍ରକାଶ କରିଛନ୍ତି ଶ୍ବେତା । ସେପଟେ ରିଆଙ୍କ ଗିରଫକୁ ନେଇ ବୟାନ ଦେଲେ ବିହାର ଡିଜିପି । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Sep 8, 2020, 5:36 PM IST

Updated : Sep 8, 2020, 5:51 PM IST

ମୁମ୍ବାଇ: ମଙ୍ଗଳବାର ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପରିବାରକୁ ମିଳିଛି ଆଶ୍ବସ୍ତି । କାରଣ ଦୀର୍ଘ ସମୟରୁ ସନ୍ଦେହ ଘେରରେ ରହିଆସୁଥିବା ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ସୁଶାନ୍ତଙ୍କ ମୃତ୍ୟୁ ସହ ଜଡିତ ଥିବା ଡ୍ରଗ୍ସ ଡିଲିଂ କେସରେ ସେ ଗିରଫ ହୋଇଛନ୍ତି । ପୂର୍ବରୁ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ, ସାମୁଏଲ ମିରାଣ୍ଡା ଓ ସୁଶାନ୍ତଙ୍କ ଷ୍ଟାଫ ନୀରଜ ଗିରଫ ହୋଇଥିଲେ । ଗତ ତିନି ଦିନ ଧରି ଏନସବିବି ପଚରାଉଚରା ପରେ ରିଆଙ୍କୁ ଗିରଫ କରାଯାଇଛି । ଯାହା ଉପରେ ବର୍ତ୍ତମାନ ଖୁସିଭରା ପ୍ରତିକ୍ରିୟା ଦେଇଛନ୍ତି ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂ କ୍ରିତି । ସେ ଭାଇ ସୁଶାନ୍ତଙ୍କ ମୃତ୍ୟୁ ପରଠୁ ସୋସିଆଲ ମିଡିଆରେ ନ୍ୟାୟ ଦାବି କରିଆସୁଛନ୍ତି । ଶ୍ବେତାଙ୍କ ବ୍ୟତୀତ ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ମଧ୍ୟ ରିଆଙ୍କ ଗିରଫ ଉପରେ ବୟାନ ଦେଇଛନ୍ତି ।

ଶ୍ବେତା ଇନଷ୍ଟାଗ୍ରାମରେ ରିଆଙ୍କ ଗିରଫ ନ୍ୟୁଜ ଭିଡିଓ ସେୟାର କରି ଲେଖିଛନ୍ତି, ‘ଭଗବାନ ଆମ ସାଥିରେ ଅଛନ୍ତି ।’ ସେପଟେ ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ତଥା ଟିଭି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ, ଶ୍ବେତାଙ୍କ ଏହି ପୋଷ୍ଟ ଉପରେ କମେଣ୍ଟ କରି ମନ କଥା କହିଛନ୍ତି ।

ସେହିପରି ଗୁପ୍ବେଶ୍ବର ବୟାନରେ କହିଛନ୍ତି, ‘ରିଆଙ୍କ ଗିରଫ ହେବା ବିହାରର ବିଜୟ । ସୁଶାନ୍ତଙ୍କ ମୃତ୍ୟୁରୁ ପର୍ଦା ଉଠାଇବାର ଅପେକ୍ଷାରେ ବର୍ତ୍ତମାନ ସମସ୍ତେ । ଯାଞ୍ଚରେ ତ ଏହା ସାବ୍ୟସ୍ତ ହୋଇଯାଇଛି ଯେ ଡ୍ରଗ୍ସ ଡିଲରଙ୍କ ସହ ରିଆ ସମ୍ପୃକ୍ତ ଅଛନ୍ତି । ଆଉ ରିଆ କହୁଛନ୍ତି ସେ ଅନ୍ୟ ଲୋକଙ୍କ ପାଇଁ ଡ୍ରଗ କ୍ରୟ କରୁଥିଲେ । କହିବା ପାଇଁ ଆମେ କିଛି ମଧ୍ୟ କାରଣ ଦର୍ଶାଇ ପାରିବା । ରିଆଙ୍କ ଗିରଫକୁ ନେଇ ମୁଁ ଉତ୍ସାହିତ ନାହିଁ । ସୁଶାନ୍ତଙ୍କ ଓ ତାଙ୍କ ପରିବାର ସହ ମୋର ସମ୍ବେଦନା ଅଛି । ଖାଲି ଏତକି ଚାହୁଁଛି ଯେ ସୁଶାନ୍ତଙ୍କ ମୃତ୍ୟୁ କାରଣ ସମସ୍ତଙ୍କ ସାମ୍ନାକୁ ଆସୁ । ପୁରା ଦେଶ ଜାଣିବାକୁ ଚାହୁଁଛି ତାଙ୍କ ମୃତ୍ୟୁ ପଛରେ କେଉଁ କାରଣ ଅଛି । ଆଶା କରୁଛି ଖୁବଶୀଘ୍ର ତାଙ୍କ ମୃତ୍ୟୁ କାରଣରୁ ପର୍ଦା ଉଠିବ । ରିଆଙ୍କ ଗିରଫ ହେବା ଏହି ମାମଲାର ପ୍ରଥମ ଚରଣ । ସିବିଆଇ ଏବେ ମଧ୍ୟ ମାମଲାରେ ଯାଞ୍ଚ କରୁଛି । ଯାହା ଉପରେ କାହାରିକୁ କମେଣ୍ଟ କରିବା କଥା ନୁହେଁ ।’

@ians_india

Last Updated : Sep 8, 2020, 5:51 PM IST

ABOUT THE AUTHOR

...view details