ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି । ତାଙ୍କ ଦେହାନ୍ତ ହେବାର ଏକ ମାସରୁ ଅଧିକ ସମୟ ବିତିଗଲାଣି ।
କିନ୍ତୁ, ଆଜି ବି ସୁଶାନ୍ତଙ୍କ ମୃତ୍ୟୁକୁ ଭୁଲିବା ସମସ୍ତଙ୍କ ପାଇଁ କଷ୍ଟକର ହୋଇପଡିଛି । କେହି ବିଶ୍ୱାସ କରିବାକୁ ସକ୍ଷମ ନୁହଁନ୍ତି ଯେ, ସୁଶାନ୍ତ ଆଉ ଆମ ସହିତ ନାହାଁନ୍ତି ।
ସୁଶାନ୍ତଙ୍କ ପ୍ରଂଶସକଙ୍କ ସହିତ ତାଙ୍କ ପରିବାର ଲୋକ ମଧ୍ୟ ତାଙ୍କୁ ବହୁତ ମନେପକାଉଛନ୍ତି ଏବଂ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କର ସ୍ମୃତିକୁ ସେୟାର କରୁଛନ୍ତି ।
ଏହି ସମୟରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କିର୍ତ୍ତୀ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ପିତା ସୁଶାନ୍ତଙ୍କ ପୋଷା କୁକୁର ଫଜଙ୍କ ସହିତ ନଜର ଆସିଛନ୍ତି ।
ଫଟୋରେ କେ.କେ ସିଂ ଚେୟାରରେ ବସି ଫଜ୍ କୁ ଖାଇବାକୁ ଦେଉଛନ୍ତି । ଫଟୋ ସହିତ ଶ୍ୱେତା କ୍ୟାପସନରେ ଲେଖିଛନ୍ତି, 'ବାପାଙ୍କ ସହିତ ଫଜ' ।