ମୁମ୍ବାଇ: ମୁମ୍ବାଇରେ ସୁଶାନ୍ତ ସିଂ ରାଜପୁତଙ୍କୁ ଦିଆଗଲା ଶେଷ ବିଦାୟ । ତାଙ୍କ ଅନ୍ତିମ ସଂସ୍କାରରେ ପିତା କେକେ ସିଂଙ୍କ ସହ ସାମିଲ ହୋଇଥିଲେ କିଛି ସମ୍ପର୍କୀୟ । ସେହିପରି କିଛି ବଲିଉଡ ସେଲିବ୍ରିଟି ମଧ୍ୟ ତାଙ୍କୁ ଶେଷ ବିଦାୟ ଦେବାକୁ ପହଞ୍ଚିଥିଲେ ଶ୍ମଶାନ ଘାଟରେ । ତାଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ ନେଇ ଏବେ ନୂଆ ଖବର ସାମ୍ନାକୁ ଆସିଛି । ସିନେମାଘରେ ରିଲିଜ ହେବାର ଥିଲା ଫିଲ୍ମ । ହେଲେ ଦର୍ଶକ ତାଙ୍କ ଶେଷ ଫିଲ୍ମ ସିନେମାଘରେ ନୁହେଁ ଓଟିଟି ପ୍ଲାଟଫର୍ମରେ ଦେଖିବାକୁ ଯାଉଛନ୍ତି ।
ଫିଲ୍ମରେ ସୁଶାନ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସେହିପରି ବଲିଉଡର ଫେମସ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବଡା ନିର୍ଦ୍ଦେଶକ ରୂପେ ଡେବ୍ୟୁ କରିଛନ୍ତି । ଫିଲ୍ମରେ ସୁଶାନ୍ତଙ୍କ ଅପୋଜିଟ ସଞ୍ଜନା ସାଙ୍ଘୀ ନଜର ଆସିବେ । ଏବେ ଶୁଣିବାକୁ ମିଳୁଛି ଯେ ‘ଦିଲ ବେଚାରା’ ଡିଜନୀ ପ୍ଲସ ହଟଷ୍ଟାରରେ ରିଲିଜ ହେବ ।