ଓଡିଶା

odisha

ETV Bharat / sitara

ସୁଶାନ୍ତ ମାମଲାରେ କରଣୀ ସେନାର ସିବିଆଇ ଯାଞ୍ଚ ଦାବି, ଦେଲେ ଚେତାବନୀ - ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ବୟାନ

ଅନେକ ସେଲିବ୍ରିଟି, ରାଜନେତା ପରେ କରଣୀ ସେନା ସୁଶାନ୍ତଙ୍କ କେସରେ ସାମିଲ ହୋଇଛି । ସରକାରଙ୍କୁ ଚେତାବନୀ ଦେଇ ସିବିଆଇ ଯାଞ୍ଚ ଦାବି କରିଛନ୍ତି ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jul 31, 2020, 4:40 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମାମଲାରେ ବର୍ତ୍ତମାନ ସମସ୍ତେ ସିବିଆଇ ଯାଞ୍ଚ ଦାବି କରୁଛନ୍ତି । ହେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ବୟାନ ଦେଇ କହିଛନ୍ତି ଯେ ମୁମ୍ବାଇ ପୋଲିସ ଠିକ୍ ରୂପେ ତଦନ୍ତ କରୁଛି । ଏଥି ନିମନ୍ତେ ସିବିଆଇ ଯାଞ୍ଚର କୌଣସି ଆବଶ୍ୟକ ନାହିଁ । ଯାହାକୁ ନେଇ ଚର୍ଚ୍ଚା । ଇତିମଧ୍ୟରେ କରଣୀ ସେନା ସରକାରଙ୍କୁ ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚ ଦାବି କରିଛି ।

ଏହାସହ କରଣୀ ସେନାର କିଛି ସଦସ୍ୟ ଚେତାବନୀ ଦେଇ କହିଛନ୍ତି ଯେ ଯଦି ସୁଶାନ୍ତଙ୍କ କେସରେ ସିବିଆଇ ଯାଞ୍ଚ ନହେଉଛି ତେବେ ହିଂସା ବିରୋଧ ପ୍ରଦର୍ଶନ ହେବ । ସେହପରି ପାଟନା ହାଇକୋର୍ଟରେ ଏକ ଯାଚିକା ଦାୟର କରାଯାଇଛି । ଯେଉଁଥିରେ ପାଟନା ରାଜ୍ୟ ପୋଲିସ ସୁଶାନ୍ତଙ୍କ କେସକୁ ସିବିଆଇକୁ ସ୍ଥାନାନ୍ତରିତ କରିବାକୁ ଦାବି କରିଛି ।

ପ୍ରକାଶ ଥାଉକି ଏହି ମାମଲାରେ ରାଜନୈତିକ ଦଳ ମଧ୍ୟ ଧିରେ ଧିରେ ସାମିଲ ହେବାରେ ଲାଗିଛନ୍ତି । ଗୋଟିଏ ପଟେ ବିହାରରେ କଂଗ୍ରେସ ନେତା ସିବିଆଇ ଯାଞ୍ଚ ଦାବି କରୁଥିବା ବେଳେ ଅନ୍ୟପଟେ ମହାରାଷ୍ଟ୍ର ସରକାର ସିବିଆଇ ଯାଞ୍ଚକୁ ମନା କରୁଛି । ଯାହା ବର୍ତ୍ତମାନ ଦେଶର ବଡ ପ୍ରସଙ୍ଗ ସାଜିଛି।

ABOUT THE AUTHOR

...view details