ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ରେ ନଜର ଆସିଥିବା ଅଭିନେତ୍ରୀ ସଞ୍ଜନା ସାଙ୍ଘୀଙ୍କୁ ନେଇ ସାମ୍ନାକୁ ଆସିଛି ଗୁଡନ୍ୟୁଜ । କାରଣ ତାଙ୍କ ହାତରେ ଲାଗିଛି ବିଗ ବଜେଟ ଫିଲ୍ମ । ସେ ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ଆଦିତ୍ୟ ରୟ କପୁରଙ୍କ ଆଗାମୀ ଫିଲ୍ମ ‘ଓମ: ଦ ବ୍ୟାଟେଲ ୱିଥଇନ’ରେ ନଜର ଆସିବେ । ସେ ଫିଲ୍ମରେ ଜଣେ ଆତ୍ମବିଶ୍ବାସୀ ଏବଂ ପରିଶ୍ରମୀ ଝିଅ ରୂପେ ଅଭିନୟ କରିବେ । ଜି ଷ୍ଟୁଡିଓ ସହ ମିଶି ଅହମ୍ମଦ ଖାନ ଏବଂ ଶାୟରା ଖାନ ଫିଲ୍ମ ପ୍ରଯୋଜନା କରିବେ ।
ଆଦିତ୍ୟଙ୍କ ସହ ରୋମାନ୍ସ କରିବେ ସୁଶାନ୍ତଙ୍କ ହିରୋଇନ - ଆଦିତ୍ୟ ରୟ କପୁରଙ୍କ ଆଗାମୀ ଫିଲ୍ମ ‘ଓମ: ଦ ବ୍ୟାଟେଲ ୱିଥଇନ’
ନିର୍ଦ୍ଦେଶକ କପିଲ ବର୍ମାଙ୍କ ଆଗାମୀ ଫିଲ୍ମରେ ସାମିଲ ହେଲେ ସଞ୍ଜନା । ପୂର୍ବରୁ ‘ଦିଲ ବେଚାର’ରେ ଦେଖାଇସାରିଛନ୍ତି ନିଜ ଅଭିନୟର ଯାଦୁ । ଏଥର ପରଦାରେ ଆଦିତ୍ୟାଙ୍କ ଅପୋଜିଟ୍ ଆସିବେ ନଜର ।
ସଞ୍ଜନା ଫିଲ୍ମରେ ସାମିଲ ହେବାର ସୂଚନା ଦେଇ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରେ ଲେଖିଛନ୍ତି, ‘ସଞ୍ଜନା ଅଭିନେତ୍ରୀ ରୂପେ ଆଦିତ୍ୟଙ୍କ ଆଗାମୀ ଫିଲ୍ମ ଓମ: ଦ ବ୍ୟାଟେଲ ୱିଥଇନରେ ନଜର ଆସିବେ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ କପିଲ ବର୍ମା । ଫିଲ୍ମର ସୁଟିଂ ଦେଶର ତିନୋଟି ସହରରେ ହେବାକୁ ଯାଉଥିବା ବେଳେ ଗୋଟିଏ ଆନ୍ତର୍ଜାତୀୟ ସ୍ଥାନରେ ମଧ୍ୟ ହେବ ।’
ସେପଟେ ଫିଲ୍ମରେ ନିଜ ଭୂମିକାରେ ବିଷୟରେ ଆଲୋଚନା କରି ସଞ୍ଜନା କହିଛନ୍ତି, ‘ମୋର ଭୂମିକା କାଭିୟା ଏମିତି ଜଣେ ଝିଅ ଯାହା ମୁଁ ଜାଣେ ଭାରତର ପ୍ରତ୍ୟେକ ଯୁବତୀ ହେବାକୁ ଇଚ୍ଛା କରନ୍ତି । ସେ ଆତ୍ମବିଶ୍ବାସୀ, ଅତ୍ୟଧିକ ପରିଶ୍ରମୀ, ତୀକ୍ଷ୍ଣ, ସହାନୁଭୂତିଶୀଳ, ସାହସୀ ଏବଂ ଆମ ଫିଲ୍ମର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା । ଯାହାକୁ ଜୀବନ୍ତ କରିବାକୁ ମୁଁ ଅତ୍ୟଧିକ ଉତ୍ସାହିତ ଏବଂ ଏହି ଭୂମିକାରୁ ମୁଁ ବହୁତ କିଛି ଶିଖିବାକୁ ଯାଉଛି । ମୁଁ ଫିଲ୍ମରେ ଆକ୍ସନ କରିବି ଯାହାପାଇଁ ବିଭିନ୍ନ ପ୍ରକାରର ଟ୍ରେନିଂ ନେଉଛି ।’