ମୁମ୍ବାଇ: ଗତ 14 ତାରିଖରେ ଫେମସ ଆକ୍ଟର ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । ଏଯାବତ ତାଙ୍କ ମୃତ୍ୟୁକୁ କେହି ସହଜରେ ବିଶ୍ବାସ କରିପାରୁନାହାଁନ୍ତି । ତାଙ୍କ ଆତ୍ମହତ୍ୟା ପରେ ଅନେକ ଲୋକ ବଲିଉଡରେ ଚାଲିଥିବା ପରିବାରବାଦକୁ ନେଇ ସ୍ବର ଉଠାଇଛନ୍ତି । ଏଥିରେ କିଛି ସେଲିବ୍ରିଟି, ରାଜନେତା ମଧ୍ୟ ସାମିଲ ଅଛନ୍ତି । ଇତିମଧ୍ୟରେ ସାମ୍ନାକୁ ଆସିଛି ତାଙ୍କ ଶେଷ ଫିଲ୍ମ ‘ଦିଲ ବେଚାର’କୁ ନେଇ ଗୁଡନ୍ୟୁଜ । କାରଣ ତାଙ୍କ ମୃତ୍ୟୁରେ ଦୁଃଖିତ ଥିବା ଫ୍ୟାନ୍ସ ଡିଜିଟାଲ ପ୍ଲାଟଫର୍ମରେ ଦେଖିବାକୁ ଯାଉଛନ୍ତି ଏହି ଫିଲ୍ମ । ଯାହାର ରିଲିଜ ତାରିଖ ଘୋଷଣା ହୋଇଯାଇଛି ।
ଆଜ୍ଞା ହଁ, ଜୁଲାଇ 24ରେ ପୁରା ଦେଶରେ ସୁଶାନ୍ତଙ୍କ ଶେଷ ଅଭିନୀତ ଫିଲ୍ମ ‘ଦିଲ ବେଚାରା’ ଡିଜନୀ ହଟଷ୍ଟାରରେ ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମର ନିର୍ଦ୍ଦେଶକଙ୍କଠୁ ନେଇ ନିର୍ମାତା ପର୍ଯ୍ୟନ୍ତ ଫିଲ୍ମ ରିଲିଜ କରି ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବେ । ଏହାସହ ଫିଲ୍ମ ରିଲିଜକୁ ନେଇ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ମେକର୍ସ ।