ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ଫେମସ ନିର୍ମାତା ସୋସିଆଲ ମିଡିଆରେ ୟଜର୍ସଙ୍କ କ୍ରୋଧର ଶିକାର ହୋଇଛନ୍ତି । ତାଙ୍କ ଉପରେ ପରିବାରବାଦ ଓ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କ ସହ ଥିବା ସମ୍ପର୍କକୁ ନେଇ ବର୍ତ୍ତମାନ ଖୁବ୍ ଟ୍ରୋଲ କରାଯାଉଛି । ଇତିମଧ୍ୟରେ ମହେଶ ଏକ ଟ୍ବିଟ କରି ପୁଣି ଟ୍ରୋଲର୍ସଙ୍କ ଟାର୍ଗେଟରେ ଆସିଛନ୍ତି ।
ସେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଜଣେ ବ୍ୟକ୍ତି ହାତୁଡିରେ ଘଣ୍ଟାକୁ ଭାଙ୍ଗୁଥିବାର ନଜର ଆସୁଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ନିଜକୁ ମୃତ୍ୟୁ ଭାବ । ନିଜ ଜୀବନ ବଞ୍ଚିସାରିଛ । ଏବେ ଯାହା ବାକି ଅଛି ସେଥିରେ ବଞ୍ଚ ।’