ଓଡିଶା

odisha

ETV Bharat / sitara

ସୁଶାନ୍ତଙ୍କ ଆତ୍ମହତ୍ୟା: ସଲମାନଙ୍କୁ ଟାର୍ଗେଟ କଲେ ଫ୍ୟାନ୍ସ - ଫ୍ୟାନ୍ସଙ୍କ ସମାଲୋଚନାର ଶିକାର ସଲମାନ ଖାନ

ସୁଶାନ୍ତଙ୍କ ମୃତ୍ୟୁରେ କ୍ରୋଧିତ ଫ୍ୟାନ୍ସ । କରନ ଜୋହର, ଆଲିୟା ଭଟ୍ଟଙ୍କ ପରେ ଏବେ ଫ୍ୟାନ୍ସଙ୍କ ସମାଲୋଚନାର ଶିକାର ହୋଇଛନ୍ତି ସଲମାନ ଖାନ ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jun 16, 2020, 2:59 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ସମସ୍ତଙ୍କୁ ବଡ ଧକ୍କା ଲାଗିଛି । ସହଜରେ କେହି ତାଙ୍କ ମୃତ୍ୟୁକୁ ବିଶ୍ବାସ କରିପାରୁନାହାଁନ୍ତି । ସୋମବାର ମୁମ୍ବାଇରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା । ଆଉ ତାଙ୍କ ଆତ୍ମହତ୍ୟାର କାରଣ ଡିପ୍ରେଶନ କୁହାଯାଉଛି । ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ପ୍ରଶ୍ନ କରୁଛନ୍ତି ଯେ ସୁଶାନ୍ତଙ୍କ ଆତ୍ମହତ୍ୟାର କିଏ ଦୋଷୀ? ନିର୍ମାତା କରନ ଜୋହର, ଆଲିୟା ଭଟ୍ଟ ପରେ ଏବେ ଫ୍ୟାନ୍ସ ସୁପରଷ୍ଟାର ସଲମାନ ଖାନଙ୍କୁ ଟାର୍ଗେଟ କରି ରାଗ ଜାହିର କରିଛନ୍ତି ।

ବର୍ତ୍ତମାନ ଟ୍ବିଟରରେ ସଲମାନ ଖାନ ଟପରେ ଟ୍ରେଣ୍ଡ ମଧ୍ୟ କରୁଛନ୍ତି । ଗତ 14 ତାରିଖରେ ଯେତେବେଳେ ସୁଶାନ୍ତଙ୍କ ଆତ୍ମହତ୍ୟା ଖବର ଆସିଲା, ତେବେ ବଲିଉଡରୁ ନେଇ ରାଜନୈତିକ ଏବଂ କ୍ରୀଡା ଜଗତରେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରାଯାଇଥିଲା । ସେପଟେ ସଲମାନ ମଧ୍ୟ ଟ୍ବିଟରରେ ସୁଶାନ୍ତଙ୍କ ଆତ୍ମର ଶାନ୍ତି ପାଇଁ ପ୍ରାର୍ଥନା କରିଥିଲେ ।

ସଲମାନଙ୍କ ଏହି ଟ୍ବିଟକୁ ଆଧାର କରି ତାଙ୍କର ଏକ ପୁରୁଣା ସାକ୍ଷାତକାର ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ଜ୍ୟାକଲିନ ଫର୍ଣ୍ଣାଡେଜ ଓ ସୁଶାନ୍ତଙ୍କ ସହ ସେ କୌଣସି ଫିଲ୍ମ ନିର୍ମାଣ କରୁଛନ୍ତି । ଏହାର ଉତ୍ତର ସଲମାନ କହିଥିଲେ କିଏ ସୁଶାନ୍ତ ? ତାଙ୍କର ଏହି ଭିଡିଓ ଦେଖି କ୍ରୋଧଭରା ହୋଇ ଉଠିଛନ୍ତି ସୁଶାନ୍ତଙ୍କ ଫ୍ୟାନ୍ସ ।

ABOUT THE AUTHOR

...view details