ଓଡିଶା

odisha

ETV Bharat / sitara

ସୁଶାନ୍ତ ସ୍ମୃତିରେ ପାଟନା ଘରେ ଆୟୋଜନ ହେଲା ପ୍ରାର୍ଥନା ସଭା - ସୁଶାନ୍ତ ସ୍ମୃତିରେ ପାଟନା ଘରେ ଆୟୋଜନ ହେଲା ପ୍ରାର୍ଥନା ସଭା

ସୋସିଆଲ ମିଡିଆରେ ଭାଇରାଲ ହେଲା ସୁଶାନ୍ତଙ୍କ ପାଇଁ ତାଙ୍କ ଘରେ ରଖାଯାଇଥିବା ପ୍ରେୟାର ମିଟର କିଛି ଫଟୋ, ଭିଡିଓ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Jun 22, 2020, 12:34 PM IST

ମୁମ୍ବାଇ: ଗତ 14 ତାରିଖରେ ଲୋକପ୍ରିୟ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇ ସ୍ଥିତ ନିଜ ନିବାସରେ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତ୍ୟୁ ପରଠୁ ବଲିଉଡକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ତାଙ୍କ ମୃତ୍ୟୁକୁ ସହଜରେ ପରିବାର ଲୋକ ଏଯାବତ ବିଶ୍ବାସ କରିପାରୁନାହାଁନ୍ତି । ଏକମାତ୍ର ପୁଅକୁ ହରାଇ ଅସମ୍ଭାଳ ପିତା କେକେ ସିଂ । ପୁଅଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପରିବାର ଲୋକ ତାଙ୍କ ପାଇଁ ପ୍ରାର୍ଥନା ସଭାର ଆୟୋଜନ କରିଥିଲେ ।

ରବିବାର ପାଟନାରେ ସୁଶାନ୍ତଙ୍କ ଘରେ ଏହି ଆୟୋଜନ କରାଯାଇଥିଲା । ଯାହାର କିଛି ଫଟୋ, ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଦେଖିବାକୁ ମିଳୁଛି । ସେହିପରି ତାଙ୍କ ଫ୍ୟାନ୍ସ ମଧ୍ୟ କମେଣ୍ଟ ବକ୍ସରେ ଶ୍ରଦ୍ଧାଞ୍ଜଳି ଦେବାରେ ଲାଗିଛନ୍ତି ।

ଏହାପୂର୍ବରୁ କେନ୍ଦ୍ରୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ, ସୁଶାନ୍ତଙ୍କ ପରିବାର ସହ ସାକ୍ଷାତ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାର ସୂଚନା ସେ ଟ୍ବିଟ କରି ସମସ୍ତଙ୍କୁ ଜଣାଇଥିଲେ ।

For All Latest Updates

ABOUT THE AUTHOR

...view details