ମୁମ୍ୱାଇ: ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଏଣ୍ଟ୍ରି ମାରିଛି ଡ୍ରଗ୍ସ ଲିଙ୍କ। ଏହି ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମୁମ୍ବାଇ ଏବଂ ଗୋଆର ପ୍ରାୟ 7ଟି ସ୍ଥାନରେ ଚଢାଉ କରିଛି। ଖବର ଅନୁଯାୟୀ, ଏନସିବି ମୁମ୍ବାଇ କାର୍ଯ୍ୟାଳୟରେ ଏହି ମାମଲାର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ।
ଡ୍ରଗ୍ ସମ୍ବନ୍ଧୀୟ ବିଷୟରେ ପଚରାଉଚରା କରାଯାଉଥିବା ବେଳେ ରିୟା ଚକ୍ରବର୍ତ୍ତୀ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଆଗରେ ଅଭିନେତ୍ରୀ ସାରା ଅଲି ଖାନ୍ ଏବଂ ରାକୁଲ ପ୍ରୀତ, ଡିଜାଇନର୍ ସିମୋନ୍ ଖମ୍ବଟା, ସୁଶାନ୍ତଙ୍କ ବନ୍ଧୁ ତଥା ପୂର୍ବତନ ମ୍ୟାନେଜର ରୋହିଣୀ ଆୟର ଏବଂ ଚଳଚ୍ଚିତ୍ର ନିର୍ମାତା ମୁକେଶ ଛାବ୍ରା ନାମ ପ୍ରକାଶ କରିଛନ୍ତି।