ମୁମ୍ବାଇ: ଛୋଟ ପରଦାର ପପୁଲାର ରିୟାଲିଟି ଶୋ ବିଗ ବସ 13ରେ ନଜର ଆସିସାରିଥିବା ପଞ୍ଜାବର ଅଭିନେତ୍ରୀ ସେହନାଜ ଗିଲ ବର୍ତ୍ତମାନ ଚର୍ଚ୍ଚାରେ । ସେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଉପରେ ଏକ ପୋଷ୍ଟ ସେୟାର କରିଛନ୍ତି । ଆଉ ତାଙ୍କ ପାଇଁ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି ।
ସବୁ ପରିସ୍ଥିତିର ସାମ୍ନା କରିବାକୁ କହିଲେ ସେହନାଜ - ବିଗ ବସ 13ରେ ନଜର ଆସିସାରିଥିବା ପଞ୍ଜାବର ଅଭିନେତ୍ରୀ ସେହନାଜ ଗିଲ
ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ସେହନାଜ । ମଣିଷ ଜୀବନରେ ଦୁଃଖ, ସୁଖ ସବୁ ମିଶିକି ଥାଏ । ହେଲେ ଆତ୍ମହତ୍ୟା କରି ପରିବାରକୁ ଦୁଃଖ ଦେବା ଠିକ୍ କଥା ନୁହେଁ ବୋଲି ସେ କହିଛନ୍ତି ।
ଡିଜାଇନ ଫଟୋ
ସେ ଇନଷ୍ଟାଗ୍ରାମ ଷ୍ଟୋରି ଲେଖିଛନ୍ତି, ‘ସମସ୍ତଙ୍କ ଜୀବନରେ ସୁଖ ଆଉ ଦୁଃଖ ଆସିଥାଏ । ହେଲେ ଏହାକୁ ସାମ୍ନା କରିବା କଥା । କୌଣସି ପରିସ୍ଥିତିରୁ ଦୌଡିବା କଥା ନୁହେଁ । ଆମେ ଚାଲିଯାଉଛି । ହେଲେ ଏହାଠୁ ବି ଅଧିକା ଦୁଃଖ ନିଜ ଲୋକଙ୍କୁ ଦେଇ ଚାଲିଯାଇଛି । #stayconnected.’
ପ୍ରକାଶ ଥାଉକି ଗତ 14 ତାରିଖରେ ସୁଶାନ୍ତ ମୁମ୍ବାଇ ସ୍ଥିତ ନିଜ ନିବାସରେ ଆତ୍ମହତ୍ୟା କରିଥିଲେ । ଡିପ୍ରେସନ ଯୋଗୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।