ମୁମ୍ବାଇ: ସ୍ବାଧୀନତା ଦିବସ ଅବସରରେ ସ୍ବର୍ଗୀୟ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଶ୍ବେତା ସିଂ କିର୍ତ୍ତି ଅନଲାଇନ ଗ୍ଲୋବାଲ ପ୍ରେୟାର ମିଟର ଆୟୋଜନ କରିଥିଲେ । ଯେଉଁଥିରେ 10 ଲକ୍ଷରୁ ଅଧିକ ଲୋକ ସାମିଲ ହୋଇ ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରୁଥିବାର ନଜର ଆସିଥିଲେ । ଏହାସହ ସମସ୍ତେ ଚାହୁଁଛନ୍ତି ସୁଶାନ୍ତଙ୍କ ମାମଲାରେ ସିବିଆଇ ଯାଞ୍ଚ ହେଉ । ଏହାକୁ ଆଧାର କରି କିଛି ଦିନରୁ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପାଇଁ ସିବିଆଇ ଯାଞ୍ଚ ଦାବି କରିଆସୁଥିବା ଶ୍ବେତା ଏବେ ସୁପ୍ରିକୋର୍ଟକୁ ଅନୁରୋଧ କରିଛନ୍ତି।
ସୁଶାନ୍ତ ମାମଲା, ଶୀଘ୍ର ନିଷ୍ପତ୍ତି ପାଇଁ ସୁପ୍ରିମକୋର୍ଟକୁ ଅନୁରୋଧ କଲେ ଶ୍ବେତା - ସୁଶାନ୍ତଙ୍କ ମାମଲା: ଶୀଘ୍ର ନିଷ୍ପତ୍ତି ପାଇଁ ସୁପ୍ରିମକୋର୍ଟକୁ ଅନୁରୋଧ କଲେ ଭଉଣୀ ଶ୍ବେତା
ପୁଣି ସୁଶାନ୍ତଙ୍କ ପାଇଁ ସୋସିଆଲ ମିଡିଆରେ ଖାସ୍ ଅପିଲ କଲେ ଶ୍ବେତା । ହେଲେ ଏଥର ଜନତାଙ୍କୁ ନୁହେଁ ସୁପ୍ରିମକୋର୍ଟକୁ କରିଛନ୍ତି ଅନୁରୋଧ । ଭାଇଙ୍କ ମୃତ୍ୟୁ ମାମଲାରେ ଚାହୁଁଛନ୍ତି ସିବିଆଇ ଯାଞ୍ଚ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ସୁପ୍ରିମକୋର୍ଟ ପାଖରେ ଶୀଘ୍ର ନିଷ୍ପତ୍ତି ପାଇଁ ଅନୁରୋଧ କରୁଛି । ଆମେ ବହୁତ ଆଶାବାଦୀ ହେବା ସହ ଧୌର୍ଯ୍ୟର ସହିତ ଅପେକ୍ଷା କରିଛୁ । ବିଳମ୍ବ ଦ୍ବାରା ସବୁ ମୂହୁର୍ତ୍ତରେ ଯନ୍ତ୍ରଣା ସହ ହୃଦୟ ଭାଙ୍ଗୁଛି ।’
ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରଠୁ ଶ୍ବେତା ସୋସିଆଲ ମିଡିଆରେ ତାଙ୍କ ସହ ସମ୍ପୃକ୍ତ ଥିବା ଜିନିଷ ସେୟାର କରି ଇମୋସନାଲଭରା ନୋଟ ଲେଖୁଥିବାର ନଜର ଆସୁଛନ୍ତି । ସେହିପରି ଗ୍ଲୋବାଲ ପ୍ରେୟର ମିଟରେ ଦେଶବାସୀଙ୍କୁ ସାମିଲ କରିବା ପାଇଁ ସେ ହାତ ଯୋଡି ସମସ୍ତଙ୍କୁ ଅନୁରୋଧ କରିଥିଲେ।