ଓଡିଶା

odisha

ETV Bharat / sitara

ସୁଶାନ୍ତ ସିଂଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା - ସୁଶାନ୍ତ ସିଂଙ୍କ ମୃତ୍ୟୁରେ

ସୁଶାନ୍ତ ସିଂଙ୍କ ମୃତ୍ୟୁ ଖବରକୁ ନେଇ ସମଗ୍ର ବଲିଉଡ ସ୍ତବ୍ଧ ଥିବାବେଳେ ସଚିନ ତେନ୍ଦୁଲକର, ସାହିଦ କପୁର, ଅନୁପମ ଖେର, ସଞ୍ଜୟ ଦତ୍ତ, ରିତେଶ ଦେଶମୁଖ ଏବଂ ଅକ୍ଷୟ କୁମାରଙ୍କ ସମେତ ବହୁ ଅଭିନେତା ଶୋକ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ...

sushant singh rajput commits suicide at his residence in mumbai
ସୁଶାନ୍ତ ସିଂଙ୍କ ମୃତ୍ୟୁରେ ବଲିଉଡରେ ଶୋକର ଛାୟା

By

Published : Jun 14, 2020, 5:09 PM IST

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଜି ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ତାଙ୍କ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇ ଅଛି କେହି ଜାଣିପାରି ନାହାଁନ୍ତି । ସୁଶାନ୍ତ ସିଂଙ୍କ ମୃତ୍ୟୁ ଖବରକୁ ନେଇ ବଲିଉଡରେ ଶୋକର ଛାୟା ଖେଳିଯାଇଛି ।

ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, ସୁଶାନ୍ତ ସିଂ ରାଜପୁତ ... ଜଣେ ଭଲ ଯୁବ ଅଭିନେତା ଥିଲେ । ଖୁବ୍ ଶୀଘ୍ର ଚାଲିଗଲେ । ସେ ଟେଲିଭିଜନ ଏବଂ ଚଳଚ୍ଚିତ୍ରରେ କାମ କରୁଥିଲେ ।ମନୋରଞ୍ଜନ ଜଗତରେ ତାଙ୍କର ଅଭିନୟ ଅନେକ ଲୋକମାନଙ୍କୁ ପ୍ରେରଣା ଦେଇଥିଲା । ତାଙ୍କ ମୃତ୍ୟୁରେ ସମସ୍ତେ ଚକିତ । ଭଗବାନ ତୁମ ପରିବାରକୁ ଆଶୀର୍ବାଦ କରନ୍ତୁ ।

ସୁଶାନ୍ତ ସିଂଙ୍କ ମୃତ୍ୟୁ ଖବରକୁ ନେଇ ସମଗ୍ର ବଲିଉଡ ସ୍ତବ୍ଧ ଥିବାବେଳେ ସଚିନ ତେନ୍ଦୁଲକର, ସାହିଦ କପୁର, ଅନୁପମ ଖେର, ସଞ୍ଜୟ ଦତ୍ତ, ରିତେଶ ଦେଖମୁଖ ଏବଂ ଅକ୍ଷୟ କୁମାରଙ୍କ ସମେତ ବହୁ ଅଭିନେତା ଶୋକ ପ୍ରକାଶ କରିଛନ୍ତି ।

ଅକ୍ଷୟ କୁମାର ଟ୍ୱିଟ୍ କରି କହିଛନ୍ତି, ଏହି ଖବର ମୋତେ ଚକିତ କରି ଦେଉଛି । ମୋର ମନେ ଅଛି ଯେ ମୁଁ ତାଙ୍କର ଛିଚୋରେ ଚଳଚ୍ଚିତ୍ରକୁ ବହୁତ ଉପଭୋଗ କରିଥିଲି । ସୁଶାନ୍ତ ଜଣେ ଦକ୍ଷ ଅଭିନେତା ଥିଲେ । ଭଗବାନ ତୁମ ପରିବାରକୁ ଆଶୀର୍ବାଦ କରନ୍ତୁ ।

'କିଶ ଦେଶ ମେ ହେ ମେରା ଦିଲ' ନାମକ ଏକ ସିରିଏଲରୁ ସୁଶାନ୍ତ ସିଂ ରାଜପୁତ ତାଙ୍କ କ୍ୟାରିଅର୍ ଆରମ୍ଭ କରିଥିଲେ । ସେ କାଇପୋଚେ ଚଳଚ୍ଚିତ୍ରରେ ଜଣେ ଅଭିନେତା ଭାବରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ଏହା ପରେ ସେ ଅଭିନେତ୍ରୀ ପରିନୀତି ଚୋପ୍ରାଙ୍କ ସହ ଶୁଦ୍ଧ ଦେଶୀ ରୋମାନ୍ସ ଚଳଚ୍ଚିତ୍ରରେ ଅଭିନେତା ଭାବରେ କାର୍ଯ୍ୟ କରିଥିଲେ ।

ପରବର୍ତ୍ତୀ ସମୟରେ ସେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂଙ୍କ ଜୀବନୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି 100 କୋଟିରୁ ଅଧିକ ଆୟ କରିଥିଲା । 2019 ମସିହାରେ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର ଛିଚୋରେ ଥିଲା ।

ସୁଶାନ୍ତ ସିଂ ରାଜପୁତ 21 ଜାନୁଆରୀ 1986 ମସିହାରେ ବିହାରର ପାଟନାରେ ଜନ୍ମଗ୍ରହଣ କରିଥିଲେ । ସେ ଚଳଚ୍ଚିତ୍ରରେ କ୍ୟାରିୟର କରିବା ପାଇଁ ଇଞ୍ଜିନିୟରିଂ ଛାଡିଥିଲେ । ଏହା ପରେ ସେ ଡ୍ୟାନ୍ସ କ୍ଲାସରେ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details