ଓଡିଶା

odisha

ଶୁକ୍ରବାର ହେବ ରିଆ ଓ ସୌଭିକଙ୍କ ଆବେଦନ ଶୁଣାଣି

ଗୁରୁବାର ପରିବର୍ତ୍ତେ ଶୁକ୍ରବାର ରିଆ-ସୌଭିକଙ୍କ ଆବେଦନ ଶୁଣାଣି ମୁମ୍ବାଇ ସ୍ପେଶାଲ କୋର୍ଟରେ ହେବ । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଜଡିତ ଥିବା ଡ୍ରଗ୍ସ ଲିଙ୍କରେ ରିଆଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।

By

Published : Sep 10, 2020, 3:31 PM IST

Published : Sep 10, 2020, 3:31 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ମଙ୍ଗଳବାର ଏନସିବି ଦ୍ବାରା ଗିରଫ ହୋଇଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଶୁଣାଣି କରିବେ ସ୍ବତନ୍ତ୍ର ଅଦାଲତ । ଏହାର ସୂଚନା ଦେଇଛନ୍ତି ରିଆଙ୍କ ଓକିଲ ସତୀଶ ମାନସିନ୍ଦେ । ରିଆ ଓ ସୌଭିକଙ୍କ ଜାମିନ ଆବେଦନ ଗୁରୁବାର ସ୍ପେଶାଲ କୋର୍ଟ ମୁମ୍ବାଇରେ ଶୁଣାଣି ପାଇଁ ସ୍ଥିର ହୋଇଥିଲା । ହେଲେ ଏବେ ଖବର ସାମ୍ନାକୁ ଆସୁଛି ଯେ ତାଙ୍କ ଆବେଦନର ଶୁଣାଣି ଗୁରୁବାର ସ୍ଥଗିତ ରଖାଯାଇଛି ।

ଶୁକ୍ରବାର ସ୍ପେଶାଲ କୋର୍ଟ ତାଙ୍କ ଆବେଦନର ଶୁଣାଣି କରିବେ । ପ୍ରକାଶ ଥାଉକି ନାର୍କୋଟିକ୍ ଡ୍ରଗ୍ ଏବଂ ସାଇକୋଟ୍ରୋପିକ୍ ପଦାର୍ଥ ଅଧିନିୟମ (ଏନଡିପିସି)ର ଧାରା 89 (ସି), 20 (ବି), 27 (ଏ), 28 ଏବଂ 29 ଅନୁଯାୟୀ ରିଆଙ୍କୁ ଗିରଫ କରାଯାଇଥିଲା । ଏହାସହ ସେପ୍ଟେମ୍ବର 22 ପର୍ଯ୍ୟନ୍ତ 14 ଦିନିଆ ନ୍ୟାୟିକ ହେପାଜତକୁ ରିଆଙ୍କୁ ପଠାଯାଇଛି ।

@ians

For All Latest Updates

TAGGED:

ABOUT THE AUTHOR

...view details