ମୁମ୍ବାଇ: ନିକଟରେ ସିବିଆଇ ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ତଥା ଫ୍ଲାଟମେଟ ସିଦ୍ଧାର୍ଥ ପିଠାନୀଙ୍କୁ ଜେରା କରିଥିଲେ । ଏହି ଯାଞ୍ଚରେ ସିଦ୍ଧାର୍ଥ ଜୁନ 14 ତାରିଖର ସବୁ ତଥ୍ୟ ସିବିଆଇକୁ ଦେଇଥିବାର ଶୁଣିବାକୁ ମିଳୁଛି । ହେଲେ ସିଦ୍ଧାର୍ଥ ମିଛ କହିଛନ୍ତି ବୋଲି ଅଭିଯୋଗ କରିଛନ୍ତି ସୁଶାନ୍ତଙ୍କ ସମ୍ପର୍କୀୟ ।
କଥାଟି ହେଲା ଯେ ସିଦ୍ଧାର୍ଥ ବୟାନ ଦେଇଥିଲେ, ‘ଜୁନ 14 ସକାଳ 10.30 ମଧ୍ୟରେ ମୁଁ ହଲରେ କାମ କରୁଥିଲି । ଆଉ 10.30ରେ କେଶବ ମତେ କହିଥିଲେ ସୁଶାନ୍ତ ସାର କବାଟ ଖୋଲୁନାହାଁନ୍ତି । ମୁଁ ଦିପେଶଙ୍କୁ ଡକାଇ ପରେ ଦୁଇଜଣ ଯାଇ ସୁଶାନ୍ତଙ୍କ କବାଟ ଠକ ଠକ କରିଥିଲୁ । ସେହି ସମୟରେ ମତେ ମୀତୁ ଦିଦିଙ୍କ କଲ ଆସିଥିଲା । ସେ କହିଲେ ଯେ ସୁଶାନ୍ତଙ୍କୁ ସେ କଲ କରିଥିଲେ ହେଲେ ସେ ଫୋନ ଉଠାଉନାହାଁନ୍ତି। ମୁଁ ମିତୁ ଦିଦିଙ୍କୁ କହିଥିଲି ଆମେ ମଧ୍ୟ କବାଟ ପିଟୁଛୁ ସେ କବାଟ ଖୋଲୁନାହାଁନ୍ତି ଆପଣ ଜଲଦି ଆସନ୍ତୁ । ଚାବିବାଲାକୁ ଡାକି କବାଟ ଖୋଲିବା ପରେ ରୁମ ଭିତର ଅନ୍ଧାର ଥିଲା । ଲାଇଟ ଲଗାଇ ଦେଖିବା ବେଳକୁ ସୁଶାନ୍ତ ସବୁଜ ରଙ୍ଗର ସ୍କ୍ରାପରେ ଝୁଲୁଥିବାର ଦେଖାଯାଉଥିଲେ । ଆଉ ତାଙ୍କ ଘର ଲୋକ କହିବା ଦ୍ବାରା ଆମେ ଫ୍ୟାନରୁ ତାଙ୍କ ମୃତଦେହ ତଳକୁ କାଢି ଥିଲୁ।’