ଓଡିଶା

odisha

ଏସପି ବିନୟଙ୍କ ମୁକ୍ତି ନେଇ କୋର୍ଟ ଯାଇପାରେ ବିହାର ପୋଲିସ

By

Published : Aug 6, 2020, 5:03 PM IST

ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେଙ୍କ ନୂଆ ବୟାନ । ମୁମ୍ବାଇରେ 14 ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନ ଥିବା ପାଟନା ସିଟି ଏସପି ବିନୟଙ୍କୁ ବିହାର ଫେରାଇ ନେବାକୁ କରୁଛନ୍ତି ଚେଷ୍ଟା ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ବିହାର ପୋଲିସ ଟିମର ନେତତ୍ବ ନେବା ପାଇଁ ମୁମ୍ବାଇ ପହଞ୍ଚିଥିବା ପାଟନା ସିଟି ଏସପି ବିନୟ ତିୱାରୀଙ୍କୁ ବ୍ରିହନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ 14 ଦିନ ପାଇ କ୍ବାରେଣ୍ଟାଇନ କରିଥିଲା । ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା । ଏହାପରଠୁ ବିହାର ପୋଲିସ ତାଙ୍କ ରିଲିଜ ପାଇଁ ଚେଷ୍ଟା ଚଳାଇଆସୁଛି । ପାଟନା ଆଇଜିଙ୍କ ଅନୁରୋଧ ପରେ ବି ବିହାର ଆଇପିଏସ ଅଫିସର ବିନୟକୁ ମୁକ୍ତ କରିବାକୁ ମନା କରିଦେଇଛି ବିଏମସି । ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ଏନେଇ ସୂଚନା ଦେଇଥିଲେ ।

ଆଉ ଏବେ ଗୁପ୍ତେଶ୍ବର କହିଛନ୍ତି, ‘ରାଜ୍ୟ ପୋଲିସ ବିନୟଙ୍କୁ ବିହାର ଫେରାଇ ଆଣିବା ପାଇଁ କୋର୍ଟ ଯିବାର ବିଚାର କରୁଛି । ଆମେ ବିଏମସିକୁ ଅନେକ ଅନୁରୋଧ କରିସାରିଲୁଣି ବିନୟଙ୍କୁ ରିଲିଜ ପାଇଁ । ହେଲେ ଆମ ଅନୁରୋଧର କୌଣସି ଫାଇଦା ମିଳିଲା ନାହିଁ । ଆମ ଆଉ ଗୋଟଏ ଦିନ ଅପେକ୍ଷା କରିବୁ । ଆଉ ବିନୟଙ୍କ ରିଲିଜ ପାଇଁ ଓକିଲଙ୍କ ସହ ଆଲୋଚନା କରିବା ପରେ ଆଗାମୀ କାର୍ଯ୍ୟ ପାଇଁ ନିଷ୍ପତ୍ତି ନେବୁ । ବିନୟଙ୍କ ରିଲିଜ ପାଇଁ ଆମେ କୋର୍ଟ ଯିବା କଥା ଉପରେ ମଧ୍ୟ ବିଚାର କରୁଛୁ।’

ପ୍ରକାଶ ଥାଉକି ଡିଜିପି ଟ୍ବିଟରରେ ଟ୍ବିଟ କରି ଆଇଜିଙ୍କ ଅନୁରୋଧ ପରେ ମଧ୍ୟ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ ମନା କରିଦେଇଛି । ବିନୟଙ୍କୁ ବର୍ତ୍ତମାନ 14 ଦିନ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଛି ।

ABOUT THE AUTHOR

...view details