ଓଡିଶା

odisha

ETV Bharat / sitara

‘ଛିଛୋରେ’ର ଦୋସ୍ତି ସ୍ପେଶାଲ ଟ୍ରେଲର, ହସିହସି ବେହାଲ ଦର୍ଶକ

ସେପ୍ଟେମ୍ବର 6ରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇସାରିଲାଣି ସୁଶାନ୍ତ ଓ ଶ୍ରଦ୍ଧାଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’ । ଏବେ ରିଲିଜ ହୋଇଯାଇଛି ଫିଲ୍ମର ଦ୍ବିତୀୟ ଟ୍ରେଲର ।

By

Published : Aug 23, 2019, 7:17 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶ୍ରଦ୍ଧା କପୁର

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ ଆଗାମୀ ଫିଲ୍ମ ‘ଛିଛୋରେ’ର ଆଉ ଏକ ମଜାଦାର ଟ୍ରେଲର ରିଲିଜ ହୋଇଯାଇଛି । ଦୁଇ ସପ୍ତାହ ପୂର୍ବରୁ ଫିଲ୍ମର ପ୍ରଥମ ଟ୍ରେଲର ରିଲିଜ ହୋଇଥିଲା । ହ୍ୟାଣ୍ଡସମ ଅଭିନେତା ସୁଶାନ୍ତ ସିଂ ରାଜପୁତ ଓ କ୍ୟୁଟ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଅଭିନୀତ ‘ଛିଛୋରେ’ରେ କଲେଜ ଲାଇଫ କାହାଣୀ ସହ ବାର୍ଦ୍ଧକ୍ୟ ଲାଇଫ କାହାଣୀ ମଧ୍ୟ ଦେଖିବାକୁ ମିଳିବ ।

ଶୁକ୍ରବାର ରିଲିଜ ହୋଇଥିବା ‘ଛିଛୋରେ’ ଟ୍ରେଲରକୁ ଦୋସ୍ତି ସ୍ପେଶାଲ ଟ୍ରେଲର କୁହାଯାଉଛି । ଯେଉଁଥିରେ ଆପଣ ମଜାଦାର ଡାଇଲଗ ସହ ମସ୍ତିଭରା ସିନ୍ସ ଏନଜୟ କରିପାରିବେ । ଟ୍ରେଲଟି ନିହାତି ଦର୍ଶକଙ୍କୁ କଲେଜ ସ୍ମୃତି ମନେ ପାକାଇଦେବ ।

ପ୍ରକାଶ ଥାଉକି ସୁଶାନ୍ତ ଓ ଶ୍ରଦ୍ଧାଙ୍କ ବ୍ୟତୀତ ଫିଲ୍ମରେ କମେଡିଆନ ବରୁଣ ଶର୍ମା, ପ୍ରତୀକ ବବ୍ବର, ତାହିର ରାଜ ବାସିନ, ତୁଷାର ପାଣ୍ଡେ ଓ ନଲନେଶ ନେଲ ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରଥମେ ଏହି ଫିଲ୍ମଟି ଅଗଷ୍ଟ 30ରେ ରିଲିଜ ହୋଇଥାଆନ୍ତା । କିନ୍ତୁ ପ୍ରଭାସ ଓ ଶ୍ରଦ୍ଧାଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ସାହୋ’ ରିଲିଜକୁ ଦୃଷ୍ଟିରେ ରଖି ମେକର୍ସ ଫିଲ୍ମର ରିଲିଜ ତାରିଖ ପରିବର୍ତ୍ତନ କରି ସେପ୍ଟେମ୍ବର 6 କରିଥିଲେ ।

ABOUT THE AUTHOR

...view details