ହାଇଦ୍ରାବାଦ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ଖୁବ ଶୀଘ୍ର ଏକାଠି ଦେଖିବାକୁ ମିଳିବ । ନେଟଫ୍ଲିକ୍ସର ଏକ ୱେବ ସିରିଜରେ ନଜର ଆସିବେ ଦୁହେଁ । ସିରିଜର ନାଁ ରହିଛି ‘ଡ୍ରାଇଭ୍’ । କରନ ଜୋହର ଏହାକୁ ନିର୍ମାଣ କରିଛନ୍ତି ।
ନେଟଫ୍ଲିକ୍ସରେ ନଜର ଆସିବେ ସୁଶାନ୍ତ-ଜ୍ୟାକଲିନ୍ - ଅଭିନେତା ସୁଶାନ୍ତ ସିଂହ ରାଜପୁତ
ୱେବ ମୁହାଁ ବଲିଉଡ । ପୁଣି ଆଉ ଦୁଇ ଷ୍ଟାରଙ୍କୁ ଦେଖିବାକୁ ମିଳିବ ନେଟଫ୍ଲିକ୍ସ ସିରିଜରେ । ସୁଶାନ୍ତ ସିଂହ ରାଜପୁତ ଓ ଜ୍ୟାକଲିନ ଫର୍ଣ୍ଣାଡିଜଙ୍କୁ ଏକାଠି ଦେଖିବାକୁ ମିଳିବ ୱେବ ସିରିଜରେ ।
ଫଟୋ ସୌଜନ୍ୟ: ଟ୍ବିଟର
କରନ ଟ୍ବିଟ କରି ଏହି ଖବର ଦେଇଥିଲେ । ଏହାକୁ ଖୁବ ଶୀଘ୍ର ନେଟଫ୍ଲିକ୍ସରେ ରିଲିଜ କରାଯିବ । ତେବେ ଫିଲ୍ମକୁ ନେଇ ସୁଶାନ୍ତ କହିଥିଲେ । ଏହା ଏକ ସସପେନ୍ସରେ ଭରପୂର ଫିଲ୍ମ, ଏହାକୁ ଦେଖିଲେ ବୁଝିପାରିବେନି କି ଆଗକୁ କଣ ହେବ!