ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରେ ବଲିଉଡରେ ପରିବାରବାଦ ଏବଂ ବଂଶବାଦକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଯାଇଛି । ଏହି ମାମଲାରେ ବି-ଟାଉନର କୁଇନ କଙ୍ଗନା ରଣାୱତ ଅନେକଥର ପ୍ରତିକ୍ରିୟା ଦେଇସାରିଲେଣି । ସେହିପରି ନିକଟରେ ନିଜର ଏକ ଭିଡିଓ ସେୟାର କରି ସୁଶାନ୍ତଙ୍କ ଆତ୍ମହତ୍ୟା ଯୋଜନାବଦ୍ଧ ହତ୍ୟା କହି ଚର୍ଚ୍ଚାରେ ଆସିଥିଲେ । ଏବେ ସେ ବଲିଉଡର କିଛି କଳାକାରଙ୍କ ନାମ ନେଇ ଖୁଲାସା କରିବାରେ ଲାଗିଛନ୍ତି । ଆଉ ତାଙ୍କ ଟାର୍ଗେଟରେ ଏଥର ଫେମସ ସଙ୍ଗୀତକାର ଜାଭେଦ ଅଖତର ।
ଜାଭେଦଙ୍କୁ ନେଇ କଙ୍ଗନାଙ୍କ ବଡ ଖୁଲାସା, କହିଥିଲେ ଆତ୍ମହତ୍ୟା କରିବ ତୁମେ
ଏବେ କଙ୍ଗନାଙ୍କ ରାଗର ଶିକାର ହୋଇଛନ୍ତି ଫେମସ ଲେଖକ, ସଙ୍ଗୀତକାର ଜାଭେଦ ଅଖତର । ରାକେଶ ରୋଶନଙ୍କ ସହ ବିବାଦକୁ ନେଇ ଆତ୍ମହତ୍ୟା କଥା ତାଙ୍କୁ କହିଥିଲେ ଜାଭେଦ ।
ସେ ନିକଟରେ ମୁକେଶ ଭଟ୍ଟଙ୍କୁ କଡା ଜବାବ ଦେଇ ହ୍ରିତିକ ରୋଶନଙ୍କ ସହ ହୋଇଥିବା ତାଙ୍କ ବିବାଦ ବିଷୟରେ ଆଲୋଚନା କରିଥିଲେ । ଏଥର ମଧ୍ୟ ସେ ଜାଭେଦଙ୍କ ବିଷୟରେ କହିଛନ୍ତି ଯେ ଏକଦା ଜାଭେଦ ତାଙ୍କୁ ଘରକୁ ଡାକି ଆଶ୍ଚର୍ଯ୍ୟକର କଥା କହିଥିଲେ ।
ଜାଭେଦ କହିଥିଲେ ଯେ ରାକେଶ ରୋଶନଙ୍କ ପରିବାର ବହୁତ ବଡ ଲୋକ । ଯଦି ତୁମେ ତାଙ୍କୁ କ୍ଷମା ନମାଗିବ ତେବେ କାହାରିକୁ ମୁହଁ ଦେଖାଇବାକୁ ରହିବ ନାହିଁ । ସେମାନେ ତୁମକୁ ଜେଲ ପଠାଇଦେବେ । ଯାହାଦ୍ବାରା ତୁମ କ୍ୟାରିୟର ଶେଷ ହୋଇଯିବ ଆଉ ହୁଏତଃ ତୁମେ ଆତ୍ମହତ୍ୟା ମଧ୍ୟ କରିପାର । 4 ବର୍ଷ ପୂର୍ବେ ତାଙ୍କ ଉପରେ ଯେଉଁ ଚାପ ଥିଲା ହୁଏତଃ ସୁଶାନ୍ତଙ୍କ ଉପରେ ସେହିପରି ଚାପ ରହିଥିବ । ଯାହାଦ୍ବାରା ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି କଙ୍ଗନା ।