ଓଡିଶା

odisha

ETV Bharat / sitara

ସୁଶାନ୍ତ ଆତ୍ମହତ୍ୟା ମାମଲା: ରିଆଙ୍କ ସିଏକୁ ପଚରାଉଚରା କଲା ଇଡି - ସୁଶାନ୍ତଙ୍କ ମାମଲା

ଆଜି ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ସିଏ ରିତେଶ ଶାହାଙ୍କୁ ମୁମ୍ବାଇର ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ ପଚରାଉଚରା କରିଛନ୍ତି । ସୋମବାର ଦିନ, ଫାଇନାସିଆଲ ଟ୍ରାନସ୍କେସନ ସମ୍ପର୍କରେ ସୁଶାନ୍ତଙ୍କ ସିଏ ସନ୍ଦୀପ ଶ୍ରୀଧରଙ୍କୁ ମଧ୍ୟ ଇଡି ପଚରାଉଚରା କରିଥିଲେ । ଅଧିକ ପଢନ୍ତୁ...

sushant singh case ed questioning rhea ca in mumbai
ସୁଶାନ୍ତଙ୍କ ମାମଲା: ରିୟାଙ୍କ ସିଏକୁ ପଚରାଉଚରା କଲେ ଇଡି

By

Published : Aug 4, 2020, 5:33 PM IST

ମୁମ୍ବାଇ: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମନି ଲଣ୍ଡରିଂଙ୍ଗ ମାମଲାର ଯାଞ୍ଚ ଘଟଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଲୟ (ଇଡି) ଅଧିକାରୀମାନେ ବଲିଉଡ ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀଙ୍କ ଆକାଉଣ୍ଟାଟ ରିତେଶ ଶାହାଙ୍କୁ ପଚରାଉଚରା କରିଛନ୍ତି ।

ରିତେଶ କହିଛନ୍ତି ଯେ, ସେ ମଙ୍ଗଳବାର ସକାଳ 11.30 ସମୟରେ ଇଡି ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲେ । ରିଆ ଏବଂ ତାଙ୍କ ଭାଇଙ୍କ କମ୍ପାନୀଗୁଡିକ ବିଷୟରେ ତାଙ୍କୁ ପଚରାଉଚରା କରିଥିଲେ ଇଡି । ଏଥିସହିତ ଆଗାମୀ ଦିନରେ ଏଜେନ୍ସି ଅନେକ ଲୋକଙ୍କୁ ପଚରାଉଚରା ପାଇଁ ଡକାଇବ।

ସୋମବାର, ଇଡି ବହୁ ଟଙ୍କା କାରବାର ସମ୍ପର୍କରେ ସୁଶାନ୍ତଙ୍କ ସିଏ ସନ୍ଦୀପ ଶ୍ରୀଧରଙ୍କୁ ମଧ୍ୟ ପଚରାଉଚରା କରିଥିଲା ।

ଶୁକ୍ରବାର ଦିନ ରିଆ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଇଡି ଦାଖଲ କରିଥିବା ମାମଲାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସୁଶାନ୍ତଙ୍କ ଆତ୍ମହତ୍ୟା ସହ ସମ୍ପୃକ୍ତ ଥିବା ମୋଟ 15 କୋଟି ଟଙ୍କାର କାରବାର ମାମଲାରେ ଇଡି ଅନୁସନ୍ଧାନ କରୁଛନ୍ତି ।

ନିକଟରେ, ସୁଶାନ୍ତଙ୍କ ପିତା କେ କେ ରିୟାଙ୍କ ବିରୋଧରେ ବିହାର ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ବିହାର ପୋଲିସ ପକ୍ଷରୁ ଦିଆଯାଇଥିବା ଏଫ୍ଆଇଆର୍ ଆଧାରରେ ଇଡି ଏହି ମାମଲାରେ ରିୟା ଏବଂ ତାଙ୍କ ପରିବାର ସଦସ୍ୟଙ୍କ ନାମ ଯୋଡିଛି ।

ପ୍ରକାଶ ଥାଉ କି, ଏହାପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ତାଙ୍କ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details