ଓଡିଶା

odisha

ETV Bharat / sitara

ଆସୁଛି ବଲିଉଡର ଆଭେଞ୍ଜର୍ସ !

ରୋହିତ ସେଟ୍ଟିଙ୍କ କପ୍ ୟୁନିଭର୍ସ ସହ ଆଭେଞ୍ଜର୍ସକୁ ତୁଳନା କରଛନ୍ତି ବଲିଉଡ ସିଂଘମ ଅଜୟ ଦେବଗନ । ସିଂଘମର ସିରିଜ, ମଲ୍ଟି-ଫିଲ୍ମ ୟୁନିଭର୍ସ ବନେଇବାର କ୍ଷମତା ରଖିଛି ବୋଲି କହିଛନ୍ତି ଅଜୟ ଦେବଗନ ।

By

Published : May 21, 2019, 2:35 PM IST

ଡିଜାଇନ ଫଟୋ

ହାଇଦ୍ରାବାଦ: ରୋହିତ ସେଟ୍ଟିଙ୍କ କପ ୟୁନିଭର୍ସ କୌଣସି ଗୁଣରେ ମାର୍ଭେଲ ସିନେମାଟିକ ୟୁନିଭର୍ସଠୁ କମ ନୁହେଁ ବୋଲି କହିଛନ୍ତି ସିଂଘମ । ତେବେ ସିଂଘମର ସିରିଜ, ମଲ୍ଟି-ଫିଲ୍ମ ୟୁନିଭର୍ସ ବନେଇବାର କ୍ଷମତା ରଖିଛି ବୋଲି କହିଛନ୍ତି ଅଜୟ ଦେବଗନ ।

ଅଜୟ ଏହା ମଧ୍ୟ କହିଛନ୍ତି, ଆଭେଞ୍ଜର୍ସର ବକ୍ସ ଅଫିସ କଲେକ୍ସନ ବଲିଉଡକୁ ଏକ ଶିକ୍ଷା ଓ ପ୍ରେରଣା ଦେଉଛି ଭଲ ଫିଲ୍ମ କରିବା ପାଇଁ । ଅଜୟଙ୍କ କହିବା କଥା ଯଦି ସୂର୍ଯ୍ୟବଂଶୀ ପରଦା ଉପରେ ଭଲ ପ୍ରଦର୍ଶନ କରେ ତେବେ କପ୍ ୟୁନିଭର୍ସ ତିଆରି ହେବାରେ କେହି ରୋକି ପାରିବେ ନାହିଁ ।

ତେବେ ଅଜୟ କହିଥିଲେ ବଲିଉଡ ପାଖରେ ବଜେଟର ଅଭାବ ଅଛି । ଏହି କାରଣରୁ ବଲିଉଡରେ ବଡ ପ୍ରୋଜେକ୍ଟ ତିଆରି ହୋଇପାରୁନି । ହଲିଉଡରେ ଆଇରନମ୍ୟାନ, ସୁପରମ୍ୟାନ ଭଳି ସୁପରହିରୋ ଥିଲା ବେଳେ ଭାରତରେ ସିଂଘମ, ସିମ୍ବା ଭଳି ସୁପରହିରୋ ଅଛନ୍ତି ବୋଲି କହିଥିଲେ ଅଜୟ ଦେବଗନ ।

କରୀନା କପୁର ଖାନ, ଦୀପିକା ପାଦୁକୋନ, କ୍ୟାଟ୍ରିନା କୈଫ ଭଳି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବହୁତ ଭଲ ଭାବେ ଫିମେଲ କପ୍ ଭୁମିକା କରିପାରିବେ ବୋଲି ମଧ୍ୟ କହିଥିଲେ ଅଜୟ ।

ତେବେ ଅଜୟ ଦେବଗନ ଏବେ ତାନାଜୀର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏଥିରେ ଅଜୟଙ୍କ ସହ ସୈଫ ଅଲ୍ଲୀ ଖାନଙ୍କୁ ମଧ୍ଯ ଦେଖିବାକୁ ମିଳିବ । ଫିଲ୍ମଟି 10 ଜାନୁଆରୀ 2020ରେ ରିଲିଜ ହେବ ।

ABOUT THE AUTHOR

...view details