ହାଇଦ୍ରାବାଦ: ସୂର୍ଯ୍ୟବଂଶୀର ରିଲିଜ ତାରିଖ ପରିବର୍ତ୍ତନକୁ ନେଇ ଫ୍ୟାନ୍ସଙ୍କ ଭିତରେ ଦେଖାଦେଇଛି ପ୍ରତିବାଦ । ଏଥିପାଇଁ ଟ୍ରୋଲର ଶିକାର ହୋଇଛନ୍ତି ନିର୍ଦ୍ଦେଶକ ରୋହିତ ସେଟ୍ଟି । ଫ୍ୟାନ୍ସମାନେ ରୋହିତଙ୍କୁ ‘ଭଗୋଡା’ କହିବାକୁ ବି ପଛେଇ ନାହାନ୍ତି ।
ରିଲିଜ ତାରିଖ ପରିବର୍ତ୍ତନ କରି ରୋହିତ ହଟହଟା
ସୂର୍ଯ୍ୟବଂଶୀର ରିଲିଜ ତାରିଖ ପରିବର୍ତ୍ତନ କାରଣରୁ ଅସୁବିଧାରେ ରୋହିତ ସେଟ୍ଟି । ଶେଷରେ ଫ୍ୟାନ୍ସଙ୍କ ଟ୍ରୋଲର ଶିକାର ହେଲେ ରୋହିତ ।
ପ୍ରକାଶଥାଉକି, ସୂର୍ଯ୍ୟବଂଶୀ ଓ ସଲମାନ ଖାନଙ୍କ ଫିଲ୍ମ ଇନଶାଲ୍ହା 2020 ଇଦରେ ଏକାଠି ରିଲିଜ ହେବାର ଥିଲା ମାତ୍ର ନିକଟରେ ରୋହିତ ସେଟ୍ଟି ସୂର୍ଯ୍ୟବଂଶୀର ରିଲିଜ ତାରିଖକୁ ପରିବର୍ତ୍ତନ କରିଥିଲେ । ଇଦ ପୂର୍ବରୁ ଫିଲ୍ମକୁ ରିଲିଜ କରାଯିବ ବୋଲି କହିଥିଲେ । ନିଜେ ସଲମାନ ଖାନ ଏହାସହ ରୋହିତ ସାନ ଭାଇ ହେବାର ପ୍ରମାଣ ଦେଇଛନ୍ତି ବୋଲି ମଧ୍ୟ କହିଥିଲେ । ତେବେ ଏଥିପାଇଁ ରୋହିତଙ୍କୁ ‘ଭଗୋଡା’ ବୋଲି କୁହାଯାଇଛି ।
ତେବେ ଏପରି ଟ୍ରୋଲ ଦେଖି ରୋହିତ ସେଟ୍ଟି ନିଜେ ଟ୍ବିଟ କରି ଫ୍ୟାନ୍ସଙ୍କୁ ନେଗେଟିଭ ପ୍ରତିକ୍ରିୟା କ୍ରିଏଟ ନକରିବାକୁ ଅନୁରୋଧ କରିଥିଲେ । ତାରିଖ ପରିବର୍ତ୍ତନ କରାଯାଇ ଫିଲ୍ମକୁ 27 ମାର୍ଚ୍ଚ 2020ରେ ରିଲିଜ କରିବାକୁ ସ୍ଥିର କରିଥିଲେ । ପ୍ରଥମ ଥର ରୋହିତଙ୍କ ସହ ଅକ୍ଷୟ କୁମାର କାମ କରିବେ ଓ ଅକ୍ଷୟଙ୍କ ସହ କ୍ୟାଟ୍ରିନା କୈଫ ନଜର ଆସିବେ ।