ମୁମ୍ବାଇ: ବି-ଟାଉନର କୁଇନ କଙ୍ଗନା ରଣୱାତ ଓ ଆଦିତ୍ୟ ପଞ୍ଚୋଲୀଙ୍କ ରିଲେସନଶିପ ଚର୍ଚ୍ଚା କିଛି ବର୍ଷ ପୂର୍ବେ ଜୋର ଧରିଥିଲା । ଦୁଇଜଣ ଏକାଠି କିଛି ସମୟ ରହିବା ପରେ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ । କିନ୍ତୁ ଦୁଇଜଣଙ୍କ ବିବାଦ ଏବେ ମଧ୍ୟ ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି । କେବେ କଙ୍ଗନା, ଆଦିତ୍ୟଙ୍କ ବିରୋଧରେ ଅଭିଯୋଗ ଆଣୁଥିବାର ନଜର ଆସୁଛନ୍ତି ତ କେବେ ଆଦିତ୍ୟ ଏହି ସବୁ ଅଭିଯୋଗକୁ ଖଣ୍ଡନ କରି ତାଙ୍କୁ ପ୍ରତିଉତ୍ତର ଦେଉଥିବାର ଦେଖାଯାଉଛନ୍ତି । ଇତିମଧ୍ୟରେ ପିତାଙ୍କ ରିଲେସନକୁ ନେଇ ପୁଅ ତଥା ଅଭିନେତା ସୁରଜ ପଞ୍ଚୋଲୀ ମୌନ ବ୍ରତ ଭାଙ୍ଗିଛନ୍ତି । ନିକଟରେ ଫିଲ୍ମ ‘ସାଟେଲାଇଟ ଶଙ୍କର’ ପ୍ରମୋଶନରେ ପହଞ୍ଚିଥିବା ସୁରଜ ପିତାଙ୍କ ରିଲେସନଶିପ ଉପରେ ଅନେକ କଥା କହିଥିଲେ ।
ସେ ଖୁଲାସା କରି କହିଥିଲେ ଯେ ତାଙ୍କ ପିତାଙ୍କ ସମ୍ପର୍କ କଙ୍ଗନାଙ୍କ ସହ ହେବା ଖବର ତାଙ୍କ ପରିବାର ଉପରେ ଅନେକ ପ୍ରଭାବ ପକାଇଥିଲା । ଆଉ ତାଙ୍କ ମା' ଏହାର କିପରି ସାମ୍ନା କରିଥିଲେ ତାହା କେବଳ ତାଙ୍କୁ ହିଁ ଜଣା । କଙ୍ଗନାଙ୍କ ସହ ତାଙ୍କ ପିତାଙ୍କ ରିଲେସନଶିପ ଏକ ପ୍ରାଇଭେଟ ମ୍ୟାଟର ଥିଲା । ତେଣୁ ସେ ଏହି ସବୁ ଜିନିଷରେ ସମ୍ପୃକ୍ତ ହୋଇନଥିଲେ ।