ମୁମ୍ବାଇ: 'ରାମ କୀ ଜନ୍ମଭୂମି' ଫିଲ୍ମର ପ୍ରଦର୍ଶନ ଉପରେ ରୋକ ଲଗାଇବାକୁ ସମସ୍ତ ଆବେଦନକୁ ଖାରଜ କରିଛନ୍ତି ଉଚ୍ଚତମ ନ୍ୟାୟାଳୟ । ଏହି ଫିଲ୍ମ ମାର୍ଚ୍ଚ 29ରେ ପୁରା ଦେଶର ସିନେମା ଘରେ ପ୍ରଦର୍ଶିତ ହେବାକୁ ଯାଉଛି । ଫିଲ୍ମ ପ୍ରଦର୍ଶନ ଉପରେ ରୋକ ଲଗାଇବା ଦାବି କରାଯାଇଥିବା ଯାଚିକାରେ ନ୍ୟାୟମୂର୍ତ୍ତି ଏସ.ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏକ ଖଣ୍ଡପୀଠରେ ସମୀକ୍ଷା ହୋଇଛି । ଯାଚିକାକର୍ତ୍ତା ଦାବି କରିଥିଲେ କି ଫିଲ୍ମ ପ୍ରଦର୍ଶିତ ହେବାରୁ ଅଯୋଧ୍ୟା ଭୂମି ବିବାଦରେ ଜାରିଥିବା ମଧ୍ୟସ୍ଥତା ପ୍ରକ୍ରିୟା ଉପରେ ପ୍ରଭାବ ପଡିବ ।
ଖଣ୍ଡପୀଠରେ କୁହାଯାଇଛି ଯେ, ମଧ୍ୟସ୍ଥତା ପ୍ରକ୍ରିୟା ଏବଂ ଫିଲ୍ମ ପ୍ରଦର୍ଶନ ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଏହାସହ ପୀଠରେ ଯାଚିକା ଉପରେ ଦୁଇ ସପ୍ତାହ ପରେ ଶୁଣାଣି କରାଯିବ । 'ରାମ କୀ ଜନ୍ମଭୂମି' ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ସନୋଜ ମିଶ୍ରା । ଫିଲ୍ମର କାହାଣୀ ବିବାଦୀୟ ରାମ ମନ୍ଦିର ପ୍ରସଙ୍ଗ ଉପରେ ଆଧାରିତ ହୋଇଛି।