ଓଡିଶା

odisha

ETV Bharat / sitara

ହସ୍ପିଟାଲରେ ଭର୍ତ୍ତି ହେଲେ ଅକ୍ଷୟ କୁମାର

କୋରୋନା ସଂକ୍ରମିତ ହୋଇଥିବା ଅକ୍ଷୟ ପ୍ରଥମେ ନିଜକୁ ହୋମ କ୍ବାରେଣ୍ଟାଇନରେ ରଖିଥିଲେ । ହେଲେ ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ସେ । ଅଧିକ ପଢନ୍ତୁ...

By

Published : Apr 5, 2021, 9:37 AM IST

ଫଟୋ ସୌଜନ୍ୟ: ଇଟିଭ ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭ ଭାରତ, ବ୍ୟୁରୋ

ମୁମ୍ବାଇ: ରବିବାର କୋରୋନା ସଂକ୍ରମିତ ହେବା ସୂଚନା ଦେଇଥିବା ଅକ୍ଷୟ କୁମାର ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶୁଣିବାକୁ ମିଳୁଛି ସେ ମୁମ୍ବାଇର ପୋୱାଇରେ ଥିବା ହିରାନନ୍ଦାନୀ ହସ୍ପିଟାଲରେ ନିଜକୁ ଭର୍ତ୍ତି କରାଇଛନ୍ତି ।

ସେହିପରି ସେ ଏକ ଟ୍ବିଟ କରି କୋରୋନା ସଂକ୍ରମିତ ହେବା ସୂଚନା ଦେବା ସହ ‘ରାମସେତୁ’ ଫିଲ୍ମ ସୁଟିଂ ସମୟରେ ତାଙ୍କ ସଂସ୍ପର୍ଷରେ ଆସିଥିବା ଲୋକଙ୍କୁ ମଧ୍ୟ କୋରୋନା ପରୀକ୍ଷା କରାଇବା ସହ ନିଜର ଯତ୍ନ ନେବାକୁ କହିଥିଲେ । ସେପଟେ ‘ରାମସେତୁ’ର 45 ଜଣ ଜୁନିଅର ଆର୍ଟିଷ୍ଟଙ୍କ କୋରୋନା ସଂକ୍ରମିତ ହେବା ଖବର ଶୁଣିବାକୁ ମିଳୁଛି । ବର୍ତ୍ତମାନ ସମସ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି ।

କେବଳ ଅକ୍ଷୟ ନୁହେଁ ପୂର୍ବରୁ ବଲିଉଡର ଅନେକ ସେଲିବ୍ରେଟି କୋରୋନାରେ ସଂକ୍ରମିତ ହୋଇଛନ୍ତି । ରଣବୀର କପୁର, ଆଲିଆ ଭଟ୍ଟ, ଆଦିତ୍ୟ ନାରାୟଣ, ରୁପାଲି ଗାଙ୍ଗୁଲି, କାର୍ତ୍ତିକ ଆର୍ଯ୍ୟନ୍ ଏବଂ ଆମୀର ଖାନ୍ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ABOUT THE AUTHOR

...view details