ମୁମ୍ବାଇ: କିଛି ଦିନ ପୂର୍ବରୁ ସୁପରଷ୍ଟାର ସଲମାନ ଖାନ ଓ ଦିଶା ପଟାନୀଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ରାଧେ’ରେ ରିଲିଜ ତାରିଖ ଘୋଷଣା କରି ଫ୍ୟାନ୍ସଙ୍କୁ ଖୁସ୍ କରିଦେଇଥିଲେ ମେକର୍ସ । କାରଣ ଚଳିତ ବର୍ଷ ଇଦ ତଥା ମେ 15ରେ ହଲରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ । ହେଲେ ଏବେ ଲାଗୁଛି ହୁଏତଃ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇପାରନ୍ତି ମେକର୍ସ । କାରଣ ଦେଶରେ ବଢୁଥିବା କୋରୋନାର ଦ୍ବିତୀୟ ଲହରୀ ପାଇଁ ଧିରେ ଧିରେ ଅନେକ ନିର୍ମାତା ନିଜ ନିଜ ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇବାରେ ଲାଗିଛନ୍ତି ।
କିଛି ଦିନ ପୂର୍ବରୁ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ରିଲିଜ ତାରିଖ ସ୍ଥିଗତ ରଖାଯାଇଥିଲା । ସେହିପରି ଅମିତାଭ ବଚ୍ଚନ ଓ ଇମ୍ରାନ ହାସମୀଙ୍କ ଫିଲ୍ମ ‘ଚେହେରେ’ ଓ ୟଶରାଜ ଫିଲ୍ମସର ‘ବଣ୍ଟି ଔର ବବଲି 2’ର ମଧ୍ୟ ରିଲିଜ ତାରିଖ ଘୁଞ୍ଚାଇଛନ୍ତି ମେକର୍ସ ।