କଲମ୍ବୋ: ସୁପରଷ୍ଟାର ଶାହରୁଖ ଖାନ ଓ ପ୍ରୀତି ଜିଣ୍ଟାଙ୍କ ପରେ ଏବେ ବଲିଉଡର ଆଉ ଏକ ଅଭିନେତା କ୍ରିକେଟ ଜଗତରେ ସାମିଲ ହୋଇଛନ୍ତି । ଆଜ୍ଞା ହଁ, ସଲମାନ ଖାନଙ୍କ ପରିବାର ଶ୍ରୀଲଙ୍କା ପ୍ରିମିୟର ଲିଗରେ ଟିମ କିଣିଛନ୍ତି । ସଲମାନଙ୍କ ଭାଇ ତଥା ଅଭିନେତା ସୋହେଲ ଖାନ ଏସପିଏଲର କ୍ୟାଣ୍ଡି ଫ୍ରାଞ୍ଚାଇଜ କିଣିବା ଚର୍ଚ୍ଚା । ଯାହାର ଷ୍ଟାର ଖେଳାଳି ୱେଷ୍ଟଇଣ୍ଡିଜର ଫେମସ କ୍ରିକେଟର କ୍ରିସ୍ ଗେଲ୍ ।
ଟିମ କିଣିବା ଅବସରରେ ସୋହେଲ କହିଛନ୍ତି, ‘ଆମ ଟିମ ଖେଳାଳିଙ୍କ ପାଇଁ ପ୍ରଶଂସକ ଖୁବ୍ ଉତ୍ସାହିତ ଅଛନ୍ତି। ଆମେ ଖେଳାଳିଙ୍କ ମଧ୍ୟରେ ଶାନଦାର ଦକ୍ଷତା ଦେଖିବାକୁ ପାଉଛୁ । ସଲମାନ କ୍ୟାଣ୍ଡି ଟିମର ସବୁ ଖେଳ ଦେଖିବାକୁ ଯିବେ ।’