ଓଡିଶା

odisha

ସାମାଜିକ ଦୂରତା ସହ କ୍ୟାଟଙ୍କୁ ବର୍ଥଡେ ୱିଶ କଲେ ସଲମାନ

By

Published : Jul 16, 2020, 6:54 PM IST

ସୋସିଆଲ ମିଡିଆରେ ଭାଇରାଲ ହେଲା କ୍ୟାଟ-ସଲମାନଙ୍କ ପୁରୁଣା ଫଟୋ । ଯାହାକୁ ସେୟାର କରି ଚର୍ଚ୍ଚାରେ ସଲମାନ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ କିଛି ଦିନ ହେବ ପରିବାରବାଦକୁ ନେଇ ଚର୍ଚ୍ଚାରେ ରହିଆସୁଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠୁ କ୍ରୋଧିତ ଥିବା ତାଙ୍କର କିଛି ଫ୍ୟାନ୍ସ ସଲମାନଙ୍କ ଉପରେ ବଲିଉଡରେ ପରିବାରବାଦକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ଆଣିଛନ୍ତି । ହେଲେ ସେକ୍ସୀ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ପାଇଁ ଦବଙ୍ଗ ବୟ ସଲମାନ ଚର୍ଚ୍ଚାରେ। କାରଣ ଆଜି କ୍ୟାଟ 37 ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଆଉ ତାଙ୍କୁ ଖାସ୍ ୱିଶ କରି ଚର୍ଚ୍ଚାରେ ସଲମାନ ।

ସେ ଇନଷ୍ଟାଗ୍ରାମରେ କ୍ୟାଟଙ୍କ ସହ ନିଜର ଏକ ପୁରୁଣା ଫଟୋ ସେୟାର କରି ଲେଖିଛନ୍ତି, ‘ହାପି ବର୍ଥଡେ କ୍ୟାଟ୍ରିନା କୈଫ।’ ହେଲେ ମଜାଦାର କଥା ହେଲା ଯେ ଫଟୋରେ କ୍ୟାଟଙ୍କୁ ଦୂରେଇ ଠିଆ ହୋଇଥିବାର ନଜର ଆସୁଛନ୍ତି ସଲମାନ। ଯାହାକୁ ନେଇ ମଜାଦାର କମେଣ୍ଟ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ।

ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ‘ଭାଇ କ୍ୟାଟ୍ରିନାଙ୍କୁ ସାମାଜିକ ଦୂରତା ସହ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।’

ପ୍ରକାଶ ଥାଉକି କ୍ୟାଟ୍ରିନା 1983 ଜୁଲାଇ 16ରେ ଲଣ୍ଡନରେ ଜନ୍ମ ହୋଇଥିଲେ। ସେ ‘ନମସ୍ତେ ଲଣ୍ଡନ’, ‘ଅଜବ ପ୍ରେମ କି ଗଜର କାହାନୀ’, ‘ଏକ ଥା ଟାଇଗର’ ଓ ‘ଧୁମ 3’ ଭଳି ଅନେକ ହିଟ୍ ଫିଲ୍ମ ବଲିଉଡକୁ ଦେଇସାରିଛନ୍ତି । ହେଲେ ପରଦାରେ ଦର୍ଶକ ସଲମାନଙ୍କ ସହ ତାଙ୍କ କେମେଷ୍ଟ୍ରିକୁ ସବୁବେଳେ ପସନ୍ଦ କରନ୍ତି ।

For All Latest Updates

ABOUT THE AUTHOR

...view details