ମୁମ୍ବାଇ: ଛୋଟ ପରଦାର ରିୟାଲିଟି ଶୋ ‘ବିଗ ବସ 14’କୁ ନେଇ ଦୀର୍ଘ ସମୟରୁ ଚର୍ଚ୍ଚା। କୋରୋନା ସଙ୍କଟ ପାଇଁ ଏବର୍ଷ ଏହାର ପ୍ରସାରଣରେ ବିଳମ୍ବ ହୋଇଛି। ହେଲେ ଏବେ ଶୁଣିବାକୁ ମିଳୁଛି ଯେ ଖୁବଶୀଘ୍ର ଦର୍ଶକ ଶୋର ମଜା ନେବାକୁ ଯାଉଛନ୍ତି। କାରଣ ସୁପରଷ୍ଟାର ତଥା ଶୋର ହୋଷ୍ଟ ସଲମାନ ଖାନ ଜଲଦି ଏହାର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ମେକର୍ସ ଆଶା କରୁଛନ୍ତି ଯେ ସେପ୍ଟେମ୍ବରରେ ଶୋର ସୁଟିଂ କରିବେ। ଆଜ୍ଞା ହଁ, ଦର୍ଶକଙ୍କ ଫେଭରେଟ ଶୋ ଆଉ ଦୁଇମାସ ପରେ ଛୋଟ ପରଦାରେ ପ୍ରସାରଣ ହେବ।
‘ବିଗ ବସ 14’ର ସୁଟିଂ ଆରମ୍ଭ କରିବେ ସଲମାନ - ସଲମାନ ଖାନଙ୍କୁ ନେଇ ଚର୍ଚ୍ଚା
ସଲମାନ ଖାନଙ୍କୁ ନେଇ ଚର୍ଚ୍ଚା । ତାଙ୍କ ପପୁଲାର ରିୟାଲିଟି ଶୋ ‘ବିଗ ବସ 14’ର ଆରମ୍ଭ ହେବ ସୁଟିଂ। ହେଲେ ଏଯାବତ ଘୋଷଣା ହୋଇନାହିଁ ପ୍ରତିଯୋଗୀଙ୍କ ନାମ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ସେପଟେ ସଲମାନ ମଧ୍ୟ ଶୋର ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଆଉ ଏବର୍ଷ ଶୋରେ କେଉଁ ସେଲିବ୍ରିଟିଙ୍କୁ ସାମିଲ କରିବେ ସେନେଇ ଯୋଜନା କରୁଛନ୍ତି ମେକର୍ସ।
ପ୍ରକାଶ ଥାଉକି ଦୀର୍ଘ ସମୟରୁ ଶୁଣିବାକୁ ମିଳୁଛି ଯେ ‘ବିଗ ବସ 14’ରେ ଟିଭିର ସେକ୍ସୀ ଅଭିନେତ୍ରୀ ନିୟା ଶର୍ମା ନଜର ଆସିବେ। ଆଉ ଏଯାବତ ଅନ୍ୟ ଷ୍ଟାର୍ସଙ୍କ ନାମ ଘୋଷଣା ହୋଇନାହିଁ । ଖାଲି ଏତିକି ନୁହେଁ ସଲମାନ ଏହି ସିଜନ ପାଇଁ ନିଜ ଫିସ୍ ମଧ୍ୟ ବଢାଇ ଦେଇଛନ୍ତି। ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା।