ମୁମ୍ବାଇ: କୋରୋନା ସଂକ୍ରମଣରେ ସଂକ୍ରମିତ ହେବାରେ ଲାଗିଛନ୍ତି ଲକ୍ଷ ଲକ୍ଷ ଲୋକ । ସାଧାରଣ ଲୋକଙ୍କ ଠୁ ନେଇ ସେଲିବ୍ରିଟି ପର୍ଯ୍ୟନ୍ତ କେହି ମଧ୍ୟ ଏହି ମହାମାରୀରୁ ନିଜକୁ ସୁରକ୍ଷିତ ରଖିପାରୁନାହାଁନ୍ତି । ଅନେକ ସେଲିବ୍ରିଟି ସଂକ୍ରମିତ ହୋଇସାରିଲେଣି । ଆଉ ଏଥର ସୁପରଷ୍ଟାର ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନଙ୍କ ରିପୋର୍ଟ ପଜିଟିଭ ବାହାରିଛି ।
ସଲମାନଙ୍କ ଭଉଣୀ ଅର୍ପିତାଙ୍କୁ କୋରୋନା - ସୁପରଷ୍ଟାର ସଲମାନ ଖାନଙ୍କ ଅପଡେଟ ନ୍ୟୁଜ
ସଲମାନଙ୍କ ପରିବାରରେ କୋରୋନା ସଂକ୍ରମିତ । ତାଙ୍କ ଭଉଣୀ ଅର୍ପିତାଙ୍କ କୋରୋନା ରିପୋର୍ଟ ପଜିଟିଭ ବାହାରିଛି । ଅଧିକ ପଢନ୍ତୁ...
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଅର୍ପିତା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ପଜିଟିଭ କଥା ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ସେପଟେ ଏକ ସାକ୍ଷାତକାରରେ ସଲମାନ ମଧ୍ୟ କହିଛନ୍ତି, ‘ମୋ ଭଉଣୀ ଅର୍ପିତା କୋରୋନା ପଜିଟିଭ ବାହାରିଛି । କୋରୋନାର ଦ୍ବିତୀୟ ଲହର ବହୁତ ଭୟାନକ । ଏହି ସଂକ୍ରମଣରୁ ମୁଁ ନିଜକୁ କିପରି ସୁରକ୍ଷିତ ରଖିଛୁ ନିଜେ ଜାଣିଛି । ଗତ ବର୍ଷ ଯେତେବେଳେ କୋରୋନା ଆରମ୍ଭ ହୋଇଥିଲା ଆମେ ଶୁଣିଥିଲେ ଯେ ଅନ୍ୟ ଲୋକଙ୍କୁ କୋରୋନା ହୋଇଛି । ହେଲେ ଏଥର ନିଜ ଘରେ କୋରୋନା ସଂକ୍ରମିତ ବାହାରୁଛନ୍ତି । ଯାହା ବହୁତ କଷ୍ଟଦାୟକ ।’