ଓଡିଶା

odisha

ETV Bharat / sitara

‘ମେଜର’ର ଦମଦାର ଟିଜର ରିଲିଜ, ଶ୍ରଦ୍ଧାଞ୍ଜଳି ଦେଲେ ସେଲିବ୍ରିଟି - ମହେଶ ବାବୁ ଓ ପୃଥ୍ବୀରାଜ ସୁକୁମାରମଙ୍କ ନ୍ୟୁଜ

ପୁଣି ଥରେ ପରଦାରେ ଦେଖିବାକୁ ମିଳିବ 26/11 ଲୋମହର୍ଷଣକାରୀ କାହାଣୀ । ଯାହାର ଟିଜର ରିଲିଜ କରିଦେଇଛନ୍ତି ମେକର୍ସ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Apr 13, 2021, 7:28 AM IST

ମୁମ୍ବାଇ: ଚର୍ଚ୍ଚିତ ଫିଲ୍ମ ‘ମେଜର’ର ଦମଦାର ଟିଜର ରିଲିଜ ହୋଇଯାଇଛି । ଯାହାକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ସୁପରଷ୍ଟାର ସଲମାନ ଖାନ, ମହେଶ ବାବୁ ଓ ପୃଥ୍ବୀରାଜ ସୁକୁମାରମ । ସମସ୍ତ ଷ୍ଟାର୍ସ ଏହି ଟିଜର ଭିଡିଓ ସେୟାର କରି 26/11 ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ମେଜର ସନ୍ଦୀପ ଉନ୍ନିକୃଷ୍ଣନ୍‌ଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହି ଫିଲ୍ମରେ ମେଜର ସନ୍ଦୀପ ଭୂମିକାରେ ଅଭିନେତା ଅଦିବୀ ସେଷ ଅଭିନୟ କରୁଛନ୍ତି। ମୁଖ୍ୟତଃ ଫିଲ୍ମ ମାଧ୍ୟମରେ ପ୍ରଥମ ଥର ପାଇଁ ବଲିଉଡ, ଟଲିଉଡ ଏବଂ ମଲିଉଡର ଭେଟେରାନ ଅଭିନେତା ଗୋଟିଏ ପ୍ଲାଟଫର୍ମରେ ଏକାଠି ନଜର ଆସିବେ।

ଫିଲ୍ମର ଟିଜର ହିନ୍ଦୀ, ତେଲୁଗୁ ଏବଂ ମାଲାୟାଲମ ଭାଷାରେ ରିଲିଜ କରିଛନ୍ତି ମେକର୍ସ । ସେପଟେ ଟିଜର ସେୟାର କରି ସଲମାନ ଲେଖିଛନ୍ତି, ‘ଏହାକୁ କୁହାଯାଏ ଦମଦାର ଟିଜର । ଏହାକୁ ଲଞ୍ଚ କରି ମୁଁ ଖୁସି ଏବଂ ଗର୍ବିତ ଅନୁଭବ କରୁଛି । ଟିମକୁ ଅଭିନନ୍ଦନ । ମେଜର ସନ୍ଦୀପ ଉନ୍ନିକୃଷ୍ଣନ୍‌ଙ୍କୁ ସଲାମ ।’

ସେହିପରି ମହେଶ ବାହୁ ଟ୍ବିଟ କରି ଲେଖିଛନ୍ତି, ‘ଜଣେ ମହାନ ନାୟକଙ୍କୁ ସମ୍ମାନିତ କରିବାର ପ୍ରୟାସ । ଆଶା କରୁଛି ଆପଣଙ୍କୁ ପସନ୍ଦ ଆସିବ ।’

ପ୍ରକାଶ ଥାଉକି ‘ମେଜର’ର ଟିଜର ଗତ ମାର୍ଚ୍ଚ 26ରେ ମୁମ୍ବାଇରେ ବଡ ଇଭେଣ୍ଟ ସହ ଲଞ୍ଚ ହେବାର ଥିଲା । ହେଲେ କୋରୋନା ଭାଇରାସ ପାଇଁ ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଶଶି କିରଣ । ସେହିପରି ଫିଲ୍ମର ପ୍ରଯୋଜନା ସୋନି ପିକ୍ଚର ଫିଲ୍ମସ ଇଣ୍ଡିଆରେ କରାଯାଇଛି ।

ABOUT THE AUTHOR

...view details