ମୁମ୍ବାଇ: ବଲିଉଡର ଫେମସ ସିଙ୍ଗର ଅମାଲ ମଲ୍ଲିକ ବର୍ତ୍ତମାନ ନିଜର ଏକ ବୟାନକୁ ନେଇ ଚର୍ଚ୍ଚାରେ । ଏହି ବୟାନ ପାଇଁ ସେ ସୁପରଷ୍ଟାର ସଲମାନ ଖାନଙ୍କ ଫ୍ୟାନ୍ସଙ୍କ ଟାର୍ଗେଟରେ ଆସିଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ଖୁବ୍ ଟ୍ରୋଲ କରାଯାଉଛି । ଏହାସହ ତାଙ୍କୁ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଛି । ଟ୍ରୋଲ ହେବା ପରେ ସେ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇ ମୁହଁ ବନ୍ଦ କରିଦେଇଛନ୍ତି ।
ସଲମାନଙ୍କ ଫ୍ୟାନ୍ସଙ୍କୁ କଡା ଜବାବ ଦେଲେ ଗାୟକ ଅମାଲ - ଅମାଲଙ୍କୁ ଟାର୍ଗେଟ କରିଆସୁଛନ୍ତି ଭାଇଜାନ ସଲମାନ ଖାନଙ୍କ ଫ୍ୟାନ୍ସ
ସୋସିଆଲ ମିଡିଆରେ କିଛି ଦିନ ହେବ ଅମାଲଙ୍କୁ ଟାର୍ଗେଟ କରିଆସୁଛନ୍ତି ଭାଇଜାନ ସଲମାନ ଖାନଙ୍କ ଫ୍ୟାନ୍ସ । ଯାହାର ଜବାବ ଦେଇ ବର୍ତ୍ତମାନ ଚର୍ଚ୍ଚାରେ ସେ ।

କଥାଟି ହେଲା ଯେ ଏହି ମାମଲା ଆରମ୍ଭ ହୋଇଥିଲା ଅମାଲଙ୍କ ଏକ ସାକ୍ଷାତକାରରୁ । ଯେଉଁଥିରେ ସେ ଜଣାଇଥିଲେ ଯେ ଶାହରୁଖ ଖାନ ତାଙ୍କ ଫେଭରେଟ ଆକ୍ଟର । ଏତିକି କଥା ଶୁଣି ସଲମାନଙ୍କ ଫ୍ୟାନ୍ସ କ୍ରୋଧିତ ହୋଇ ଉଠିଥିଲେ । ଆଉ ତାଙ୍କୁ ଟ୍ବିଟରରେ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ ।
ସେପଟେ ଅମାଲ ଗୋଟିଏ ପରେ ଗୋଟିଏ ଟ୍ବିଟ କରି ସଲମାନଙ୍କ ଫ୍ୟାନ୍ସଙ୍କୁ ଚୁପ କରିଦେଇଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି, ‘ଆଜି ଦୁନିଆକୁ ଜଣାପଡି ଗଲା ଯେ ମୂର୍ଖ ଭାଇଟାର୍ଡ୍ସରଙ୍କ ଦକ୍ଷତା କେତେ । ଏହା ସବୁ ଶାହରୁଖ ଖାନଙ୍କୁ ପସନ୍ଦୀୟ ଅଭିନେତା କହିବା ପରଠୁ ଆରମ୍ଭ ହୋଇଛି । ଏହି ମୂର୍ଖମାନେ ବର୍ତ୍ତମାନ ପାଗଳ ହୋଇଯାଇଛନ୍ତି । ମୁଁ ସଲମାନ ଖାନଙ୍କୁ ସମ୍ମାନ କରୁଛି । ସେ ମତେ ଇଣ୍ଡଷ୍ଟ୍ରିରେ ଲଞ୍ଚ କରିଥିଲେ । ହେଲେ ଏହାର ଅର୍ଥ ନୁହେଁ ଯେ ତାଙ୍କ ଫ୍ୟାନ୍ସଙ୍କ ଦୁର୍ବ୍ୟବହାରକୁ ସହିବି ।’