ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ଓ ତାଙ୍କ ଭିଣୋଇ, ଅଭିନେତା ଆୟୁଷ ଶର୍ମାଙ୍କ ଅପକମିଂ ଫିଲ୍ମ ‘ଗନ୍ସ ଅଫ ନର୍ଥ’ର ବଦଳିଲା ପୁରା ରୂପ ରଙ୍ଗ । ଏହି ଫିଲ୍ମ ପାଇଁ ସଲମାନଙ୍କୁ ଅତିଥି ଭୂମିକାରେ ସାମିଲ କରିବାକୁ ପ୍ରସ୍ତୁତି କରୁଥିଲେ ମେକର୍ସ । ହେଲେ ଏବେ ଫିଲ୍ମକୁ ନେଇ ନୂଆ ଚର୍ଚ୍ଚା । କାରଣ ମୁଖ୍ୟ ଭୂମିକାରେ ଆୟୁଷଙ୍କ ସହ ନଜର ଆସିବେ ସଲମାନ । ଫିଲ୍ମର ପୁରା କାହାଣୀ ସଲମାନଙ୍କ ଦ୍ବାରା ପରିବର୍ତ୍ତନ କରାଯାଇଥିବାରୁ ସେ ଫିଲ୍ମରେ ଅଭିନୟ କରିବାକୁ ରାଜି ହୋଇଯାଇଛନ୍ତି ।
ସେହିପରି ଫିଲ୍ମର ଟାଇଟେଲ ‘ଗନ୍ସ ଅଫ ନର୍ଥ’ର ବଦଳାଇ ‘ଅନ୍ତିମ’ ରଖିଛନ୍ତି ମେକର୍ସ । ନିକଟରେ ସଲମାନ ନିଜ ବହୁ ଚର୍ଚ୍ଚିତ ଫିଲ୍ମ ‘ରାଧେ’ର ସୁଟିଂ ଶେଷ କରିଥିଲେ । ଆଉ ଏବେ ସେ ‘ଅନ୍ତିମ’ର ସୁଟିଂ ପାଇଁ ପ୍ରସ୍ତୁତ ଅଛନ୍ତି ।