ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ଓ ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ଦବଙ୍ଗ’ ଫ୍ରାଞ୍ଚାଇଜ ବଲିଉଡର ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ ମଧ୍ୟରୁ ଅନ୍ୟତମ । ଡ୍ରାମା, ଆକ୍ସନ ଓ ମଜାଦର ଗୀତ ଜରିଆରେ ଦର୍ଶକଙ୍କୁ ମନୋରଞ୍ଜନ କରିବାରେ ସଫଳ ହାସଲ କରିଥିଲା ଏହି ଫିଲ୍ମ । ବଡ ଦର୍ଶକଙ୍କ ସହ ଏବେ ଛୋଟ ପିଲାଙ୍କୁ ମଧ୍ୟ ମନୋରଞ୍ଜନ କରିବାକୁ ଯାଉଛି ଫିଲ୍ମ । କାରଣ ‘ଦବଙ୍ଗ’ର ଆନିମେଟେଡ ଭର୍ସନରେ ସଲମାନଙ୍କ ଚୁଲବୁଲ ପାଣ୍ଡେ ଅବତାର ଦେଖିବାକୁ ମିଳିବ । ଯାହାର ଘୋଷଣା କରିଛନ୍ତି ଅଭିନେତା।
‘ଦବଙ୍ଗ’ର ଆନିମେଟେଡ ସିରିଜ ଘୋଷଣା, କାର୍ଟୁନ ଅବତାରରେ ଚୁଲବୁଲ ପାଣ୍ଡେ - ସୋନାକ୍ଷୀ ସିହ୍ନାଙ୍କ ଫିଲ୍ମ ‘ଦବଙ୍ଗ’ ଫ୍ରାଞ୍ଚାଇଜ
ସୋମବାର ଠୁ ଡିଜନି ପ୍ଲସ ହଟଷ୍ଟାର ଭିଆଇପିରେ ଟେଲିକାଷ୍ଟ ହେବ ‘ଦବଙ୍ଗ’ର ଆନିମେଟେଡ ସିରିଜ । କାର୍ଟୁନ ଅବତାରରେ ଦେଖିବାକୁ ମିଳିବ ଚୁଲବୁଲ ପାଣ୍ଡେଙ୍କ ଆକ୍ସନ । ଅଧିକ ପଢନ୍ତୁ...
![‘ଦବଙ୍ଗ’ର ଆନିମେଟେଡ ସିରିଜ ଘୋଷଣା, କାର୍ଟୁନ ଅବତାରରେ ଚୁଲବୁଲ ପାଣ୍ଡେ ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ](https://etvbharatimages.akamaized.net/etvbharat/prod-images/768-512-11960213-thumbnail-3x2-salman.jpeg)
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ
ସଲମାନ ରବିବାର ଟ୍ବିଟରରେ ଏହାର ଟ୍ରେଲର ସେୟାର କରି ଲେଖିଥିଲେ, ‘ଭୈୟାଜି ସ୍ମାଇଲ । ଆସିଯାଇଛନ୍ତି ଚୁଲବୁଲ ପାଣ୍ଡେ । ନିଜର ଆନିମେଟେଡ ଅବତାରରେ ଇନ ଦବଙ୍ଗ ଦ ଆନିମେଟେଡ ସିରିଜ ଜରିଆରେ । ମେ 31ରୁ ପ୍ରତିଦିନ 12ଟାରେ ଆସୁଛି ।’
ସେହିପରି ଆଉ ଏକ ଟ୍ବିଟରେ ସେ ଜଣାଇଛନ୍ତି, ପିଲାଙ୍କ ଠାରୁ ମନେପଡିଲା, ‘ସ୍ବାଗତ ନେହିଁ କରୋଗେ ହାମାରା । ଚୁଲବୁଲ ପାଣ୍ଡେ ଡିଜନି ପ୍ଲସ ହଟଷ୍ଟାର ଭିଆଇପିରେ ଅବତରଣ କରୁଛନ୍ତି।’