ମୁ୍ମ୍ବାଇ: ନିକଟରେ ରିଲିଜ ହୋଇଥିଲା ସୁପରଷ୍ଟାର ସଲମାନ ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’ । ଫିଲ୍ମକୁ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା। ଏହାବ୍ୟତୀତ ଦୀର୍ଘ ସମୟରୁ ତାଙ୍କ ଚଳିତ ବର୍ଷ ଇଦରେ ରିଲିଜ ହେବାକୁ ଯାଉଥିବା ରାଧେକୁ ନେଇ ବର୍ତ୍ତମାନ ବ୍ୟସ୍ତ ସଲମାନ। ତୃତୀୟ ଥର ସେ କୋରିଓଗ୍ରାଫର, ଅଭିନେତା ପ୍ରଭୁଦେବାଙ୍କ ସହ କାମ କରିବାକୁ ଯାଉଛନ୍ତି। ‘ରାଧେ’ର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ପ୍ରଭୁଦେବା।
ପୂର୍ବରୁ ଏହି ଦୁଇଜଣ ଫିଲ୍ମ ‘ଦବଙ୍ଗ 3’ ଓ ‘ୱାଣ୍ଟେଡ’ ଫିଲ୍ମରେ ଏକାଠି କାମ କରିସାରିଛନ୍ତି। ବର୍ତ୍ତମାନ ସଲମାନଙ୍କ ଫ୍ୟାନ୍ସଙ୍କ ପାଇଁ ଗୁଡନ୍ୟୁଡ ସାମ୍ନାକୁ ଆସିଛି। ଶୁଣିବାକୁ ମିଳୁଛି ଯେ ସେ ଫେମସ ନିର୍ମାତା କବୀର ଖାନଙ୍କ ଆଗାମୀ ଫିଲ୍ମରେ କାମ କରିବାକୁ ଯାଉଛନ୍ତି। ବକ୍ସ ଅଫିସ ୱାର୍ଲ୍ଡ ୱାଇଡରେ ଛପି ଥିବା ରିପୋର୍ଟ ଅନୁଯାୟୀ କବୀର ନିକଟରେ ନିଜର ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘83’ର ସୁଟିଂ ଶେଷ କରିଥିଲେ। ଯେଉଁଥିରେ ମୁଖ୍ୟ ଭୂମିକାରେ ରଣବୀର ସିଂ ଓ ଦୀପିକା ପାଦୁକୋନ ନଜର ଆସିବେ।