ଓଡିଶା

odisha

ETV Bharat / sitara

ହସ୍ପିଟାଲରୁ ଡିସଚାର୍ଜ ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ

୩ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ଗତ ଗୁରୁବାର ଦିନ ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ରଜନୀକାନ୍ତ । ଅଧିକ ପଢନ୍ତୁ...

By

Published : Nov 1, 2021, 8:37 AM IST

Updated : Nov 1, 2021, 12:57 PM IST

ହଲ୍ପିଟାଲରୁ ଡିସଚାର୍ଜ ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ
ହଲ୍ପିଟାଲରୁ ଡିସଚାର୍ଜ ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ

ଚେନ୍ନାଇ:ହସ୍ପିଟାଲରୁ ଡିସଚାର୍ଜ ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ଗତ ଗୁରୁବାର ଦିନ ଉଚ୍ଚ ରକ୍ତଚାପ ଚିକିତ୍ସା ପାଇଁ ତାମିଲନାଡୁ ଚେନ୍ନାଇ ସ୍ଥିତ କାବେରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ରଜନୀକାନ୍ତ । ଗତକାଲି ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେବା ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଥିବା ହସ୍ପିଟାଲ ତରଫରୁ କୁହାଯାଇଛି ।

ସୂଚନା ଥାଉକି, ଚଳଚିତ୍ରରେ ତାଙ୍କର ଅବଦାନ ପାଇଁ କିଛିଦିନ ପୂର୍ବରୁ ତାଙ୍କୁ ସମ୍ମାନଜନକ ଦାଦାସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିପାଇଁ ସେ ନୂଆଦିଲ୍ଲୀ ଯାଇଥିଲେ । ସେଠାରୁ ଫେରିବା ପରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଦିଲ୍ଲୀ ଗସ୍ତ ସମୟରେ ରଜନୀକାନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ମଧ୍ୟ ଭେଟିଥିଲେ। ତେବେ ରଜନୀକାନ୍ତଙ୍କ ଆଗାମୀ ଚଳଚ୍ଚିତ୍ର 'ଆନ୍ନାଥେ' ନଭେମ୍ବର ୪ରେ ରିଲିଜ ହେବ ।

Last Updated : Nov 1, 2021, 12:57 PM IST

ABOUT THE AUTHOR

...view details