ମୁମ୍ବାଇ: କୋରୋନା ପ୍ରକୋପ ପାଇଁ ଏଯାବତ ଦେଶରେ ସିନେମାହଲ ବନ୍ଦ ଅଛି । ଯାହାକୁ ଦୃଷ୍ଟି ରଖି ଫିଲ୍ମ ନିର୍ମାତା ନିଜ ନିଜ ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ କରିବା ଆରମ୍ଭ କରିଦେଇଛନ୍ତି । ହେଲେ ବିଦେଶରେ ଧିରେ ଧିରେ ସିନେମାହଲ ଖୋଲା ଯାଉଛି । ଇତିମଧ୍ୟରେ ସୁପରଷ୍ଟାର ହ୍ରିତିକ ରୋଶନଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଆଜ୍ଞା ହଁ, ତାଙ୍କ ଅଭିନିତ ଚର୍ଚ୍ଚିତ ଫିଲ୍ମ ‘ସୁପର 30’ ଆସନ୍ତା ମାସରେ ନେଦରଲ୍ୟାଣ୍ଡର ସିନେମାହଲରେ ରିଲିଜ ହେବାକୁ ଯାଉଛି ।
ଏହାର ସୂଚନା ସୁପର 30ର ପ୍ରଡକ୍ସନ କମ୍ପାନୀ ରିଲାଏନ୍ସ ଏଣ୍ଟରଟେମେଣ୍ଟ ଏକ ଟ୍ବିଟ ଜରିଆରେ ସମସ୍ତଙ୍କୁ ଦେଇଛି । ଫିଲ୍ମର ପୋଷ୍ଟର ସେୟାର କରି ଲେଖାଯାଇଛି, ‘ସୁପର 30 ଅଗଷ୍ଟ ମାସରେ ନେଦରଲ୍ୟାଣ୍ଡର ସିନେମାହଲରେ ରିଲିଜ ହେବ।’