ଓଡିଶା

odisha

ETV Bharat / sitara

ଲତାଙ୍କ ପ୍ରଶଂସା ପରେ ଧନ୍ୟବାଦ ଜଣାଇଲେ ହ୍ରିତିକ - ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଟ୍ବିଟ ଭାଇରାଲ

ଭାଇରାଲ ହେଲା ଲତା ଓ ହ୍ରିତିକଙ୍କ ଟ୍ବିଟ। ଯେଉଁଥିରେ ଦୁଇଜଣ ପରସ୍ପର ପ୍ରଶଂସା କରୁଥିବାର ନଜର ଆସୁଛନ୍ତି।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jul 16, 2020, 10:39 PM IST

ମୁମ୍ବାଇ: ନିଜ ଶାନଦାର କଣ୍ଠ ଜରିଆରେ ସମସ୍ତଙ୍କ ମନ କିଣୁଥିବା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି। ସେ ନିଜ ସହ-କଳାକାର ଓ ଅନ୍ୟ ଷ୍ଟାର୍ସଙ୍କୁ ଖାସ୍ ଅବସରରେ ସୋସିଆଲ ମିଡିଆରେ ପ୍ରାୟତଃ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ନିକଟରେ ସେ ହିନ୍ଦୀ ସିନେମାର ମହାନ ସଙ୍ଗୀତକାର ରୋଶନଲାଲା ନାଗରଥଙ୍କୁ ଜନ୍ମଦିନରେ ମନେ ପକାଇଥିଲେ। ରୋଶନାଲ ବଲିଉଡର ଫେମସ ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା ରାକେଶ ରୋଶନଙ୍କ ପିତା ଏବଂ ଅଭିନେତା ହ୍ରିତିକ ରୋଶନଙ୍କ ଜେଜେବାପା ।

ଲତା ଟ୍ବିଟରେ ଏକ ପୋଷ୍ଟ ସେୟାର ରୋଶନଲାଲଙ୍କ ସହ ରାକେଶ ଓ ହ୍ରିତିକଙ୍କ ଖୁବ୍ ପ୍ରଶଂସା କରିଥିଲେ । ସେହିପରି ସେ ଟ୍ବିଟରେ ଲେଖିଥିଲେ, ‘ନମସ୍କାର ଆଜି ମହାନ ସଙ୍ଗୀତକାର ରୋଶନଙ୍କ ଜୟନ୍ତୀ। ତାଙ୍କ ସଙ୍ଗୀତ ବହୁତ ମଧୁର ହେଉଥିଲା । ଆମ ପରିବାର ସହ ତାଙ୍କ ପରିବାରର ଭଲ ସମ୍ପର୍କ ମଧ୍ୟ ଥିଲା । ମୁଁ ତାଙ୍କ ସ୍ମୃତିକୁ ନମନ କରୁଛି । ରୋଶନଙ୍କ ସଙ୍ଗୀତରେ ଗାଇଥିବା ମୋରର ଏକ ପସନ୍ଦୀୟ ଗୀତ ଆପଣଙ୍କ ପାଇଁ ସେୟାର କରିଛି।’ ଏହାସହ ସେ ହ୍ରିତିକଙ୍କ କାମର ଖୁବ୍ ପ୍ରଶଂସା କରିଥିଲେ ।

ସେପଟେ ଲତାଙ୍କ ପ୍ରଶଂସାରେ ପ୍ରତିକ୍ରିୟା ଦେଇଥିଲେ ହ୍ରିତିକ। ସେ ଟ୍ବିଟ କରି ଲେଖିଥିଲେ, ‘ଆପଣଙ୍କ ମିଠା ଶବ୍ଦ ପାଇଁ ଧନ୍ୟବାଦ। ଆପଣ ମୋ ପ୍ରଶଂସା କରି ମୋର ମହତ୍ବ ବଢାଇ ଦେଇଛନ୍ତି।’

ABOUT THE AUTHOR

...view details