ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନ ଯେବେ ମଧ୍ୟ କ୍ରିସ ଅବତାର ନେଇ ପରଦାକୁ ଫେରନ୍ତି ତେବେ ଦର୍ଶକଙ୍କଠୁ ବେଶ ଭଲ ପାଇବା ମିଳିଥାଏ । ହେଲେ ଦର୍ଶକଙ୍କୁ ଏହା ଜଣାନାହିଁ ଯେ ହ୍ରିତିକ କିନ୍ତୁ ଆଉ ଜଣେ ସୁପର ୱମାନ ପ୍ରେମରେ ଦିୱାନା । ଏକଥା ଆମେ କହୁନାହୁଁ ଏହା ତାଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡିଛି । ଆଜ୍ଞା ହଁ, ସେ ୱଣ୍ଡର ୱୁମନଙ୍କୁ ପିଲାବେଳୁ ପ୍ରେମ କରନ୍ତି । ଯାହାର ସୂଚନା ସେ ସୋସିଆଲ ମିଡିଆରେ ଦେଇଥିଲେ ।
ତେବେ କଥାଟି ହେଲା ଯେ ନିକଟରେ ସେ ପୁରା ପରିବାର ସହ ‘ୱଣ୍ଡର ୱମାନ’ ଦେଖିବାକୁ ସିନେମାହଲ ଯାଇଥିଲେ । ଯାହାର କିଛି ଫଟୋ ସେ ଟ୍ବିଟରରେ ସେୟାର କରି ଲେଖିଥିଲେ, ‘ଏବେ ଦେଖିଲି ୱଣ୍ଡର ୱମାନ । ଶାନଦାର ଅନୁଭୂତି । ମୋ ପିଲାବେଳର କ୍ରଶ୍ ଆଉ ମୋ ପ୍ରଥମ ପ୍ରେମ ଏହି ଫିଲ୍ମ । ସମସ୍ତଙ୍କ ସହ ବିଗ୍ ସିନେମା ଆଇଏମଏଏକ୍ସରେ ଫିଲ୍ମର ଦେଖିବାର ଅନୁଭୂତି । ଏହାଠୁ ଆଉ କିଛି ଭଲ ହୋଇପାରିନଥାଆନ୍ତା । ଧନ୍ୟବାଦ ଗାଲ ଗଡୋଟ ପରଫେକ୍ଟ ୱଣ୍ଡର ୱୁମନ ସାଜିଥିବାରୁ । ଆଉ ପୁରା ଟିମକୁ ମୋର ଶୁଭେଚ୍ଛା ।’