ଓଡିଶା

odisha

ପୋଷ୍ଟ ୱାର୍କଆଉଟ ଫଟୋରେ ନୀନା-ଶିଳ୍ପାଙ୍କ ହୋସ୍ ଉଡାଇଲେ ଅନିଲ

By

Published : May 24, 2021, 12:02 PM IST

ଭାଇରାଲ ହେଲା ଅନିଲ କପୁରଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ । ଲକଡାଉନରେ ୱାର୍କଆଉଟ କରି ସମୟ ବିତାଉଛନ୍ତି ଅଭିନେତା । କମେଣ୍ଟ କଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନିଲ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନିଲ କପୁର

ମୁମ୍ବାଇ: ବି-ଟାଉନର ମିଷ୍ଟର ଝକାସ୍ ଅନିଲ କପୁର ଫିଟନେସ ମାମଲାରେ ଆଜିର ଯୁବ ପିଢିଙ୍କୁ ସବୁବେଳେ ମାତ୍ ଦେଉଛନ୍ତି। 64 ବର୍ଷ ବୟସରେ ମଧ୍ୟ ସେ ଖୁବ୍ ଫିଟ୍ । ଆଉ ତାଙ୍କ ଫିଟ୍ ରହିବାର କାରଣ ଭଲ ଡାଏଟ୍ ସହ ହାର୍ଡକୋର ୱାର୍କଆଉଟ । ଯାହା କରିବାକୁ କେବେ ଭୁଲନ୍ତିନି ସେ। ପୁଣିଥରେ ତାଙ୍କ ପୋଷ୍ଟ ୱାର୍କଆଉଟର ଝଲକ ଦେଖିବାକୁ ମିଳୁଛି । ଯାହାକୁ ଦେଖି ତାଙ୍କ ଉପରେ ଫିଦା ହୋଇଯାଇଛନ୍ତି ଲୋକପ୍ରିୟ ଅଭିନେତ୍ରୀ ନୀନା ଗୁପ୍ତା ଓ ଶିଳ୍ପା ସେଟ୍ଟୀ ।

କଥାଟି ହେଲା ଯେ ରବିବାର ଅନିଲ ଇନଷ୍ଟାଗ୍ରାମରେ ନିଜର ପୋଷ୍ଟ ୱାର୍କଆଉଡ ଫଟୋ ପୋଷ୍ଟ କରିଥିଲେ । ଯାହାର କ୍ୟାପସନରେ ସେ ଲେଖିଥିଲେ, ‘ଲକଡାଉନ ବାଧ୍ୟତାମୂଳକ ଅଟେ ।ଆପଣ ଏହା ସହିତ ଯାହା କରନ୍ତି ତାହା ଇଚ୍ଛାଧୀନ ଅଟେ ।’

ସେହିପରି ଫଟୋରେ ଅନିଲଙ୍କ ମସଲ୍ସ ଦେଖିବାକୁ ପ୍ରଶଂସା କରିବାକୁ ଆଉ ନିଜକୁ ରୋକିପାରିନାହାଁନ୍ତି ନୀନା । ସେ ସଙ୍ଗେ ସଙ୍ଗେ କମେଣ୍ଟ କରି ଲେଖିଛନ୍ତି, ‘ଆପଣ ସମସ୍ତଙ୍କ ପାଇଁ ପ୍ରେରଣା ।’ ନୀନାଙ୍କ ବ୍ୟତୀତ ଶିଳ୍ପା ମଧ୍ୟ ପ୍ରଶଂସା କରି କହିଛନ୍ତି, ‘ପ୍ରେରଣା ।’

ABOUT THE AUTHOR

...view details