ଓଡିଶା

odisha

କାମକୁ ଫେରିଲେ ଅମିତାଭ, ମନ କିଣିଲା ମାସ୍କ

By

Published : Jun 15, 2021, 11:50 AM IST

ଭାଇରାଲ ହେଲା ଅମିତାଭଙ୍କ ସେଲ୍ଫି । ଚର୍ଚ୍ଚାରେ ତାଙ୍କ ମାସ୍କ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନଙ୍କୁ ନେଇ ସାମ୍ନାକୁ ଆସିଲା ଖୁସି ଖବର । କାରଣ କାମକୁ ଫେରିଲେ ଅଭିନେତା । ସୋମବାର ସକାଳେ 7ଟାରେ ନିଜ କାରରେ ବସି ସୁଟିଂ ପାଇଁ ଯାଉଥିବାର ନଜର ଆସିଲେ ସେ । ଆଉ ଯାଉଥିବା ସମୟରେ ସେ ନିଜର ଏକ ସେଲ୍ଫି ଫଟୋ ଫ୍ୟାନ୍ସଙ୍କ ପାଇଁ ସେୟାର ମଧ୍ୟ କରିଛନ୍ତି ।

ଭାଇରାଲ ହେଉଥିବା ଫଟୋରେ ଅମିତାଭ ମାସ୍କ ପିନ୍ଧିଥିବାର ନଜର ଆସୁଛନ୍ତି । ସେହିପରି ଏହାର କ୍ୟାପସନରେ ସେ ଲେଖିଛନ୍ତି, ‘ସକାଳେ 7ଟାରେ କାମକୁ ଯାଉଛି । ଲକଡାଉନ 2.0 ପରେ ପ୍ରଥମ ଦିନର ସୁଟିଂ । ପାଗୋଲିନ ମାସ୍କ ସହ । ସବୁ ବେଳେ ଏବଂ ସବୁ ସମୟରେ ଜିନିଷ ଶାନଦାର ଏବଂ ସୁନ୍ଦର ହେବାରେ ଲାଗିଛି ।’

ହେଲେ ମୁଖ୍ୟ କଥା ହେଲା ଯେ ସେଲ୍ଫିରେ ଅମିତାଭଙ୍କ ମାସ୍କ ସମସ୍ତଙ୍କ ମନ କିଣିବାରେ ଲାଗିଛି । ସେପଟେ ଫ୍ୟାନ୍ସ କମେଣ୍ଟ କରି ମାସ୍କର ମୂଲ୍ୟ ପଚାରିବା ଆରମ୍ଭ କରିଦେଇଛନ୍ତି । ପ୍ରକାଶ ଥାଉକି ପାଗୋଲିନ ମାସ୍କର ମୂଲ୍ୟ ପାଖାପାଖି 2500 ଟଙ୍କା ।

ABOUT THE AUTHOR

...view details