ମୁମ୍ବାଇ: ଫିଲ୍ମ ବ୍ୟତୀତ ଡିଜିଟାଲ ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ଅଭିଷେକ ବଚ୍ଚନ । ସେ ଖୁବଶୀଘ୍ର ଆମାଜନ ପ୍ରାଇମ ଭିଡିଓର ଫେମସ ୱେବ ସିରିଜ ‘ବ୍ରେଥ: ଇନ ଟୁ ଦ ସ୍ୟାଡୋଜ’ ନଜର ଆସିବେ । ଯାହାର ଟ୍ରେଲନ ରିଲିଜ ହୋଇସାରିଛି । ସେହିପରି ଅଭିଷେକଙ୍କ ସହ ସାଉଥର ଫେମସ ଅଭିନେତ୍ରୀ ନିତ୍ୟା ମେନନ ମଧ୍ୟ ଡିଜିଟାଲ ଡେବ୍ୟୁ କରିବେ । ସେପଟେ ଅଭିଷେକଙ୍କ ପିତା ତଥା ମହାନାୟକ ଅମିତାଭ ବଚ୍ଚନଙ୍କ ମନ କିଣିବାରେ ସଫଳ ହୋଇଛି ଏହାର ଜବରଦସ୍ତ ଟ୍ରେଲର ।
ବିଗ ବିଙ୍କ ମନ କିଣିଲା ଜୁନିୟର ବଚ୍ଚନଙ୍କ ସିରିଜ ଟ୍ରେଲର - ଅମିତାଭ ବଚ୍ଚନଙ୍କ ଟ୍ବିଟ ଙାଇରାଲ
ନିକଟରେ ରିଲିଜ ହୋଇଥିବା ଚର୍ଚ୍ଚିତ ସିରିଜ ‘ବ୍ରେଥ: ଇନ ଟୁ ଦ ସ୍ୟାଡୋଜ’ର ଟ୍ରେଲରକୁ ସୁପର୍ବ କହି ଚର୍ଚ୍ଚାରେ ଅମିତାଭ । ଏହି ସିରିଜ ଜରିଆରେ ଡିଜିଟାଲ ଡେବ୍ୟୁ କରିବେ ଅଭିଷେକ ।
![ବିଗ ବିଙ୍କ ମନ କିଣିଲା ଜୁନିୟର ବଚ୍ଚନଙ୍କ ସିରିଜ ଟ୍ରେଲର ଫଟୋ ,ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ](https://etvbharatimages.akamaized.net/etvbharat/prod-images/768-512-7862161-121-7862161-1593688311390.jpg)
ଫଟୋ ,ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
‘ବ୍ରେଥ: ଇନ ଟୁ ଦ ସ୍ୟାଡୋଜ’ର ଟ୍ରେଲର ଦେଖି ଖୁସି ହୋଇଯାଇଛନ୍ତି ଅମିତାଭ । ଯାହା ସେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି । ଟ୍ବିଟରରେ ଅଭିଷେକଙ୍କ ପୋଷ୍ଟର ସେୟାର କରି ସେ ଲେଖିଛନ୍ତି, ‘ସୁପର୍ବ ।’
ପ୍ରକାଶ ଥାଉକି ଏହି ସିରିଜ ଜୁଲାଇ 10 ତାରିଖରେ ରିଲିଜ ହେବାକୁ ଯାଉଛି । ସିରିଜକୁ ଅନେକ ଭାଷାରେ ରିଲିଜ କରିବାକୁ ପ୍ରସ୍ତୁତ ମେକର୍ସ । କ୍ରାଇମ, ଥ୍ରିଲର ଓ ଆକ୍ସନକୁ ନେଇ ଆଧାରିତ ସିରିଜ ।