ଓଡିଶା

odisha

By

Published : Feb 12, 2021, 2:07 PM IST

ETV Bharat / sitara

ବିଗ୍ ବି ସେୟାର କଲେ ପିତାଙ୍କ ‘ମଧୁଶାଲା’

ପୁଣି ଇନଷ୍ଟାଗ୍ରାମରେ ଦେଖିବାକୁ ମିଳିଲା ଅମିତାଭଙ୍କ ଅନ୍ଦାଜ । କବିତା ପୋଷ୍ଟ କରି ପିତାଙ୍କୁ ମନେ ପକାଇଲେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅମିତାଭ ବଚ୍ଚନ

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଜରିଆରେ ସବୁବେଳେ ପ୍ରଶଂସକଙ୍କ ସହ ସବୁବେଳେ ସମ୍ପୃକ୍ତ ରହୁଛନ୍ତି । ନିଜର ଅପକମିଂ ଫିଲ୍ମ ‘ମେ ଡେ’ର ସୁଟିଂରେ ବର୍ତ୍ତମାନ ବ୍ୟସ୍ତ ଅଛନ୍ତି ସେ । ଯାହାର ନିର୍ଦ୍ଦେଶନା କରୁଛନ୍ତି ବି-ଟାଉନର ସିଂଘମ ଅଜୟ ଦେବଗନ । ଇତିମଧ୍ୟରେ ଭାଇରାଲ ହେଉଛି ତାଙ୍କର ଏକ ଫଟୋ । ବ୍ଲାକସୁଟରେ ଦେଖିବାକୁ ମିଳୁଛି ତାଙ୍କର ଦମଦାର ଅନ୍ଦାଜ । ମୁଖ୍ୟ କଥା ହେଲା ଏହି ପୋଷ୍ଟରେ ସେ ପିତା ତଥା ମହାନ କବି ହରିବଂଶ ରାୟ ବଚ୍ଚନଙ୍କ କବିତା ମଧ୍ୟ ସେୟାର କରିଛନ୍ତି ।

ଗୁରୁବାର ସେୟାର କରିଥିବା ଇନଷ୍ଟାଗ୍ରାମ ପୋଷ୍ଟରେ ସେ ଲେଖିଛନ୍ତି, ‘ମଦିରାଲୟ ଜାନେ କୋ ଘର ସେ ଚଲତା ହେ ପିନେ ବାଲା, କିସ ପଥ ସେ ଯାଉଁ, ଅସମଞ୍ଜସ ମେଁ ହେ ୱୋ ଭୋଲା ଭାଲା, ଅଲଗ ଅଲଗ ପଥ ବତଲାତେ ହେ ସବ, ପର ମେଁ ୟେ ବତଲାତା ହୁଁ, ରାହ ପକଡ ତୁ ଏକ ଚଲା ଚଲ ପା ଜାଏଗା ମଧୁଶାଲା ।’

ତାଙ୍କ ଏହି କବିତାରେ ଫ୍ୟାନ୍ସଙ୍କ କମେଣ୍ଟ ଦେଖିବାକୁ ମିଳୁଛି । ଯଦି ତାଙ୍କ ଆଗାମୀ ଫିଲ୍ମ ବିଷୟରେ କଥା ହେବା ତାହାଲେ ‘ମେ ଡେ’ ବ୍ୟତୀତ ସେ ‘ଝୁଣ୍ଡ’ରେ ମଧ୍ୟ ନଜର ଆସିବେ । ଯାହା ଏକ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ।

ABOUT THE AUTHOR

...view details