ମୁମ୍ବାଇ: ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ସବୁବେଳେ ସମ୍ପୃକ୍ତ ରହିବା ପାଇଁ ବି-ଟାଉନର ମହାନାୟକ ଅମିତାଭ ବଚ୍ଚନ କିଛି ନା କିଛି ସେୟାର କରୁଥିବାର ନଜର ଆସନ୍ତି । ସେହିପରି ଫ୍ୟାନ୍ସ ମିଧ୍ୟ ତାଙ୍କ ପୋଷ୍ଟକୁ ଅନାଇ ବସିଥାଆନ୍ତି । ଇତିମଧ୍ୟରେ ଅମିତାଭ ଲାଟେଷ୍ଟ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ନିଜ ଫଟୋ ବ୍ୟତୀତ କିଛି କାର୍ଟୁନ ଫଟୋ ସେୟାର କରିଛନ୍ତି । ଆଉ କାର୍ଟୁନ ଫଟୋରେ କିଛି ନା କିଛି ଲେଖାଯାଉଥିବାର ଦେଖିବାକୁ ମିଳୁଛି ।
ନିଜ ଇନଷ୍ଟାଗ୍ରାମରେ 2020ର ଅବସ୍ଥାକୁ ଦେଖି ସେ ଏପରି ପୋଷ୍ଟ କରିଛନ୍ତି । ସେହିପରି କାର୍ଟୁନ ଫଟୋରେ ଦୁଇ ବ୍ୟକ୍ତି 2020 ବିଷୟରେ ପରସ୍ପର ସହ ଆଲୋଚନା କରୁଥିବାର ନଜର ଆସୁଛନ୍ତି।