ମୁମ୍ବାଇ: ଲୋକପ୍ରିୟ ଅଭିନେତା ଓ ରାଜନେତା ଏନ ଟି ରାମାରାଓଙ୍କ ସହ ଚର୍ଚ୍ଚିତ ହିନ୍ଦୀ ଫିଲ୍ମ ‘ସୋଲେ’ରେ ଅମିତାଭ ବଚ୍ଚନଙ୍କ ଅଭିନୟ ଦେଖି ଦିୱାନା ହୋଇଥିଲେ ନିର୍ମାତା ଅଶ୍ବିନୀ ଦତ୍ତ। ଯାହାପରଠୁ ସେ ଅମିତାଭଙ୍କ ସହ କାମ କରିବାର ସ୍ବପ୍ନ ଦେଖିଆସୁଥିଲେ । ମୁଖ୍ୟ କଥା ହେଲା ଯେ ଏବେ ତାଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି । କାରଣ ତାଙ୍କ ଅପକମିଂ ଫିଲ୍ମରେ ଅଭିନୟ କରିବାକୁ ହଁ ମାରିଛନ୍ତି ଅମିତାଭ । ଖାଲି ଏତିକି ନୁହେଁ ଏହି ଫିଲ୍ମରେ ଅମିତାଭଙ୍କ ସହ ସାଉଥ ସୁପରଷ୍ଟାର ପ୍ରଭାସ ଓ ଦୀପିକା ପାଦୁକୋନ ନଜର ଆସିବେ ।
ଦକ୍ଷିଣ ଭାରତର ଫିଲ୍ମ ପ୍ରଡକ୍ସନ କମ୍ପାନୀ ବୈଜୟନ୍ତୀ ମୁଭିଜ ଏହି ହିନ୍ଦୀ ଫିଲ୍ମ ଜରିଆରେ ନିଜର 50 ବର୍ଷ ପୂରଣ କରିବାକୁ ଯାଉଛି । ଏହି 50 ବର୍ଷ ମଧ୍ୟରେ ବୈଜୟନ୍ତୀ ମୁଭିଜ ଭାରତୀୟ ଭାଷାରେ ଅନେକ ଶାନଦାର ଫିଲ୍ମ ନିର୍ମାଣ କରି ତେଲୁଗୁ ସିନେମାକୁ ପୁରା ବିଶ୍ବରେ ସମ୍ମାନ ଦେଇଛି।