ଓଡିଶା

odisha

ଏବର୍ଷ ଅମିତାଭଙ୍କୁ ଫିକା ଲାଗିଲା ହୋଲି, ଲେଖିଲେ ଏମିତି କିଛି

By

Published : Mar 31, 2021, 1:21 PM IST

ବ୍ଲଗରେ ହୋଲି ପର୍ବ ବିଷୟରେ ଆଲୋଚନା କଲେ ଅମିତାଭ । ତାଙ୍କୁ ଏଥର ଭଲ ଲାଗିନି ହୋଲି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଅନେକ ବର୍ଷ ପୂର୍ବେ ବଲିଉଡରେ ଅମିତାଭ ବଚ୍ଚନଙ୍କ ହୋଲି ସବୁଠାରୁ ଫେମସ ଥିଲା । ହୋଲି ଉତ୍ସବ ସହ ଅମିତାଭଙ୍କ ପୁରୁଣା ସମ୍ପର୍କ । ତାଙ୍କ ଉପରେ ବଲିଉଡରେ ଅନେକ ହୋଲି ଗୀତ ନିର୍ମାଣ ହୋଇସାରିଛି। ଯାହା ଆଜି ମଧ୍ୟ ଦର୍ଶକଙ୍କ ମଧ୍ୟରେ ଫେମସ । ହେଲେ ଏବର୍ଷ ଅମିତାଭଙ୍କୁ ହୋଲି ଫିକା ଲାଗିଛି । କୋରୋନା କଟକଣା ହେତୁ ମହାରାଷ୍ଟ୍ର ସମେତ ଦେଶରେ ସବୁ ସ୍ଥାନରେ ପରିସ୍ଥିତି ଜଟିଳ ଦେଖାଯାଉଛନ୍ତି ।

ଏଥି ନିମନ୍ତେ ହୋଲିର ପର୍ବକୁ ପୂର୍ବ ପରି ଆନନ୍ଦ, ‘ଉଲ୍ଲାସରେ ପାଳନ କରିପାରିନାହାଁନ୍ତି ଦେଶବାସୀ । ଯାହା ଅମିତାଭଙ୍କୁ ଭଲ ଲାଗିନାହିଁ । ଯାହାର ଖୁଲାସା କରି ସେ ନିଜର ଏକ ବ୍ଲଗରେ ଲେଖିଛନ୍ତି, ‘ରାସ୍ତାରେ ନୀରବତା । ବାଜା ଶାନ୍ତ ଅଛି । କିଛି ଗତି କରୁନାହିଁ । ଏହି ପର୍ବ କୌଣସି ସ୍ଥାନରେ ଲୁଚି ଯାଇଛି । ପରସ୍ପର ମଧ୍ୟରେ ଏକ ନିଛାଟିଆ ଛାଇ ଅଛି । ପ୍ରକୃତି ସବୁକିଛି ବଦଳାଇ ଦେଇଛି । ବର୍ତ୍ତମାନ ସେ ସମ୍ମାନର ଦାବି କରୁଛନ୍ତି। ମୁଁ ପୁରୁଣା ସମୟର ହୋଲିକୁ ମିସ୍ କରୁଛି। ହୋଲିର ଏହି ଶୂନ୍ୟତା କୌଣସି ୱେବ ସିରିଜ ଦେଖିବା କିମ୍ବା ଅବଶିଷ୍ଟ ସ୍କ୍ରିପ୍ଟ ପଢିବାରେ ପୂର୍ଣ୍ଣ ହୋଇପାରିବ ନାହିଁ । ମୋ ଘରର ଅଧିକାଂଶ ଲୋକ କାମରେ ବାହାରୁ ଯାଇଛନ୍ତି । ଭିଡିଓ କଲ୍ ମାଧ୍ୟମରେ ତାଙ୍କର ସହ କଥାବାର୍ତ୍ତା କରିଛି । ମୁଁ ଚାହେଁ ସବୁକିଛି ପୁଣି ଫେରିଆସୁ । ପୂର୍ବ ପରି ସାମାନ୍ୟ ହୋଇଯାଉ । କୋଭିଡ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି ଅସହାୟତାର ଶକ୍ତି ମୋତେ ଯନ୍ତ୍ରଣାରେ ପରିପୂର୍ଣ୍ଣ କରୁଛି ।’

ଯଦି ଅମିତାଭଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ମଲ୍ଟି ଷ୍ଟାରର ଫିଲ୍ମ ‘ଚେହେରେ’ରେ ନଜର ଆସିବେ । ହେଲେ ଫିଲ୍ମ ଏପ୍ରିଲ 9ରେ ରିଲିଜ କରିବେନି ମେକର୍ସ । କୋରୋନା ପାଇଁ ଘୁଞ୍ଚିଲା ଫିଲ୍ମ ରିଲିଜ ତାରିଖ ।

ABOUT THE AUTHOR

...view details