ଓଡିଶା

odisha

By

Published : Feb 8, 2021, 11:03 AM IST

ETV Bharat / sitara

ମୁମ୍ବାଇରେ ଆରମ୍ଭ ହେଲା ‘ମେ ଡେ’ ର ସୁଟିଂ

ରବିବାର ଚର୍ଚ୍ଚିତ ଫିଲ୍ମ ‘ମେ ଡେ’ର ସୁଟିଂ ଆରମ୍ଭ କଲେ ଅଜୟ ଓ ଅମିତାଭ । ସେପଟେ ଫିଲ୍ମରେ ଅଜୟଙ୍କ ସହ ରକୁଲ ମଧ୍ୟ ନଜର ଆସିବେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ମହାନାୟକ ଅମିତାଭ ବଚ୍ଚନ ଏବେ ନିଜର ଆଗାମୀ ଫିଲ୍ମ ମେ ଡେକୁ ନେଇ ଖୁବ୍ ବ୍ୟସ୍ତ । ଯାହାର ନିର୍ଦ୍ଦେଶନା କରୁଛନ୍ତି ବି-ଟାଉନର ସିଂଘମ ଅଜୟ ଦେବଗନ । ନିର୍ଦ୍ଦେଶନା ସହ ସେ ଫିଲ୍ମରେ ଅଭିୟନ ମଧ୍ୟ କରୁଛନ୍ତି । ଏବେ ଫିଲ୍ମର ସୁଟିଂ ମୁମ୍ବାଇରେ ଆରମ୍ଭ କରିଦେଇଛନ୍ତି ମେକର୍ସ ।

ଯାହାର ଅନେକ ଫଟୋ ସୋସିଆଲ ମିଡିଆରେ ଘୁରିବୁଲୁଛି । କୋରୋନା କଟକଣାରେ ସୁଟିଂ କରୁଛନ୍ତି ଷ୍ଟାରକାଷ୍ଟ । ରବିବାର ସକାଳୁ ସକାଳୁ ଦୁଇ ଷ୍ଟାର ସୁଟିଂ ସେଟରେ ପହଞ୍ଚି ଆରମ୍ଭ କରିଦେଇଥିଲେ ସୁଟିଂ ।

ଫିଲ୍ମରେ ଅମିତାଭ ଜଣେ ଓକିଲ ଭୂମିକାରେ ଥିବା ବେଳେ ଅଜୟ ଜଣେ ପାଇଲଟ ଭୂମିକାରେ ଅଭିନୟ କରୁଛନ୍ତି । ସେହିପରିରେ ଅଜୟଙ୍କ ଅପୋଜିଟ୍ ରକୁଲ ପ୍ରୀତ ସିଂ ମଧ୍ୟ ଅଛନ୍ତି । ଏହି ଯୋଡିଙ୍କ ଏହା ଦ୍ବିତୀୟ ଫିଲ୍ମ । ପୂର୍ବରୁ ରକୁଲ ଓ ଅଜୟ ‘ଦେ ଦେ ପ୍ୟାର ଦେ’ରେ ଅଭିନୟ କରିଥିଲେ । ଯାହା ଏକ କମେଡି ଡ୍ରାମା ଫିଲ୍ମ ଥିଲା ।

ABOUT THE AUTHOR

...view details